ଜବ କାର୍ଡ ଧାରୀ ମାନଙ୍କୁ ମନରେଗା ଯୋଜନାରେ ମିଳୁନି ଟଙ୍କା ; ବିଡ଼ିଓ ଙ୍କୁ ଦାବିପତ୍ର ଧାରଣା ପାଇଁ ଦେଲେ ଚେତାବନୀ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :- ଡମପଡା ବ୍ଲକ ଉପଖଣ୍ଡ ଢ଼ଂସର ପଂଚାୟତରେ ମନରେଗା ଯୋଜନାରେ ଶ୍ରମିକ ମାନେ କାର୍ଯ୍ୟ କରି ପାରିଶ୍ରମିକ ପାଉନଥିବା ନେଇ ଅଭିଯୋଗ କରିଛନ୍ତି।ଖବର ମୁତାବକ ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ପଂଚାୟତରେ ମନରେଗା ଯୋଜନାରେ ଆସିଥିବା କାର୍ଯ୍ୟରେ କାର୍ଯ୍ୟ କରିଥିବା ଜବ କାର୍ଡ ଧାରୀ ମାନେ ପାରିଶ୍ରମିକ ପାଇନଥିବା ନେଇ ପଂଚାୟତରେ କାର୍ଯ୍ୟରତ ପିଇଓ ଏବଂ ଜି ଆର ଏସ ଙ୍କୁ ବାରମ୍ବାର ଅଭିଯୋଗ କଲାପରେ କେହି କର୍ଣ୍ଣ ପାତ କରୁନଥିବା ଅଭିଯୋଗ ହୋଇଛି ।

ଜବ କାର୍ଡ ଧାରୀ ଶ୍ରମିକ ମାନେ ଆଜି ଏକତ୍ରିତ ହୋଇ ଡମପଡା ବ୍ଲକ କାର୍ଯ୍ୟାଳୟ କୁ ଆସି ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁ  ଏ ବିଡ଼ିଓ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଆସନ୍ତା ଦିନରେ ଯଥାଶୀଘ୍ର ଶ୍ରମିକ ମାନଙ୍କ ପାରିଶ୍ରମିକ ନ ପାଇଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି  ତପନ କୁମାର ରାଉତ, ଅର୍ଜୁନ ସ୍ୱାଇଁ ,ବାସୁଦେବ ରାଉତ ,ଅକ୍ଷୟ ହାତୀ, ପ୍ରଫୁଲ ରାଉତ ,ବିଜୟ ମାଝି, ପ୍ରଭାତ କୁମାର ସାହୁ ,କାଳନ୍ଦୀ ଚରଣ ସାହୁ ,ପ୍ରଫୁଲ କୁମାର ସାହୁ, ଅଜୟ ସ୍ୱାଇଁ ,କୈଳାସ ଚନ୍ଦ୍ର ସାହୁ ,ପ୍ରମୁଖ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ସମ୍ପର୍କରେ ଏ ବିଡ଼ିଓ ପଲବୀ ରାଉତଙ୍କୁ ପଚାରିବାରୁ କହିଲେ ମନରେଗା ଯୋଜନାରେ ଯେଉଁ ଅର୍ଥ ଶ୍ରମିକ ମାନଙ୍କ ନିମନ୍ତେ ଆସୁଛି ତାହା ଏବେ ଆକାଉଣ୍ଟ ରେ ମହଜୁଦ ନାହିଁ । ଅର୍ଥ ଆସିଲେ ଶ୍ରମିକ ମାନଙ୍କ ଆକାଉଣ୍ଟରେ ଛଡ଼ାଯିବ ବୋଲି ଏ ବିଡ଼ିଓ ରାଉତ କହିଛନ୍ତି ।

Exit mobile version