ଟିପିସିଓଡିଏଲ୍ ପକ୍ଷରୁ କେନ୍ଦ୍ର ଓଡ଼ିଶାରେ ଦୁଇଟି ନୂଆ କେନ୍ଦ୍ର ସହ ଗ୍ରାହକ ସେବା ନେଟ୍‌ୱର୍କର ସମ୍ପ୍ରସାରଣ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଢେଙ୍କାନାଳ (ଅନୁଗୁଳ) ଓ ସାଲେପୁର (କଟକ)ରେ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଢ଼େଙ୍କାନାଳ ଓ ସାଲେପୁରରେ ଗ୍ରାହକ ସେବା କେନ୍ଦ୍ର (ସିସିସି) ଉଦଘାଟନ କରାଯାଇଛି । ଦୁଇଟି ନୂଆ ସିସିସି ସହିତ ଟିପିସିଓଡିଏଲ୍‌ର ଏବେ ସାତଟି ଉଚ୍ଚ ପ୍ରଭାବଶାଳୀ ଗ୍ରାହକ ସେବା କେନ୍ଦ୍ର ରହିଛି ଯେଉଁଥିରୁ ଦୁଇଟି ଭୁବନେଶ୍ୱରରେ, କଟକ ଓ ପୁରୀରେ ଦୁଇଟି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ସିସିସି ଓ ଗୋଟିଏ ନୟାଗଡ଼ରେ ରହିଛି । ଢେଙ୍କାନାଳ ସିସିସିକୁ ଢେଙ୍କାନାଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଉଦଘାଟନ କରିଛନ୍ତି ଓ ସାଲେପୁର ଗ୍ରାହକ ସେବା କେନ୍ଦ୍ରକୁ ସାଲେପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଟିପିସିଓଡିଏଲ୍‌ର ବରିଷ୍ଠ କର୍ତୃପକ୍ଷ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ବିଭିନ୍ନ ପ୍ରକାର ଗ୍ରାହକ ସେବା ଯଥା ନୂଆ ସଂଯୋଗ ଆବେଦନ କରିବା, ମାସିକ ବିଲ୍ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଏବଂ ସମସ୍ୟା ସହିତ ଅନ୍ୟାନ୍ୟ ଗ୍ରାହକ ସେବା ସମ୍ପର୍କିତ ସେବାକୁ ପରିଚାଳନା କରିବା ପାଇଁ ପ୍ରଶିକ୍ଷିତ ଷ୍ଟାଫ୍‌ମାନଙ୍କ ଟିମ ଦ୍ୱାରା ସିସିସି ଗୁଡ଼ିକ ପରିଚାଳିତ ହେବ

ଯାହା ଜରିଆରେ ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ । ଏହା ବ୍ୟତୀତ, ଉତମ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି, ଏହି ସିସିସି ଗୁଡ଼ିକରେ ଗ୍ରାହକଙ୍କ ଆଗମନକୁ ଉତମ ଭାବେ ପରିଚାଳନା କରିବା ଲାଗି ଏକ କ୍ୟୁ ମ୍ୟାନେଜମେଂଟ୍ ସିଷ୍ଟମ୍ (ଧାଡ଼ି ପରିଚାଳନା ବ୍ୟବସ୍ଥା) ସହିତ ଏକ ସେଲ୍‌ଫ ହେଲ୍‌ପ କିଓସ୍କ ସମେତ ସେବା ସମ୍ପର୍କରେ ଗ୍ରାହକଙ୍କ ମତାମତ ସଂଗ୍ରହ କରିବା ଲାଗି ଏକ ଫିଡ୍‌ବ୍ୟାକ୍ ଟ୍ୟାବ୍ ରହିଛି । ଏହି କେନ୍ଦ୍ରଗୁଡ଼ିକରେ ଏକ ଡିଜିଟାଲ୍ ଟିଭି ସ୍କ୍ରିନ୍ ରହିଛି ଯାହା ଗ୍ରାହକମାନଙ୍କୁ ଅନଲାଇନ୍ ପେମେଂଟ୍ ବିକଳ୍ପ, ସୁରକ୍ଷା ଏବଂ ଅନ୍ୟାନ୍ୟ ସ୍କିମ୍‌ ଆଦି ଉପରେ ସୂଚନା ପ୍ରଦାନ କରୁଛି । ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ କହିଛନ୍ତି ଯେ, “ଆମର ଗ୍ରାହକମାନଙ୍କୁ ଉତମ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆମେ ଢେଙ୍କାନାଳ ଓ ସାଲେପୁରରେ ଆମର ନୂଆ ଗ୍ରାହକ ସେବା କେନ୍ଦ୍ରକୁ ଉଦଘାଟନ କରିଛୁ । ଏହି ଅଂଚଳରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଗୋଟିଏ ଛାତ ତଳେ ଅଭିନବ ସମାଧାନ ଜରିଆରେ ପ୍ରଦାନ କରିବା ଲାଗି ଆମେ ଅତ୍ୟନ୍ତ ଉଲ୍ଲସିତ ।’’

Exit mobile version