ପ୍ରଥମ ଦିନରେ ୬ହଜାର ପରିବାରଙ୍କୁ ଦିଆଗଲା ଏକ ହଜାର ଟଙ୍କା

  1. କୋରାଇରେ ଚାରି ହଜାରଙ୍କୁ ଦିଆଗଲାଣି ରନ୍ଧା ଖାଦ୍ୟ କୋରାଇ,
  2. ବ୍ଲକର ମୋଟ ୩୩ହଜାର ୧ଶହ ୩୫ ପରିବାର ଏହି ଯୋଜନାରେ ଅର୍ନ୍ତଭୂକ୍ତ ହୋଇଥିବା ଯୋଗୁ ସମସ୍ତଙ୍କୁ ଏକ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ସେଥିପାଇଁ ଏହି ବାବଦକୁ ବ୍ଲକକୁ ମୋଟ ୩କୋଟି ୩୧ଲକ୍ଷ ୩୫ ଆସିଛି ।

କୋରାଇ, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) ଖାଦ୍ୟ ସୁରକ୍ଷା ଯୋଜନା, କୋରାଇରୁ ରଶ୍ମିରେଖା ମଲ୍ଲିକ, ଶନିବାର, ଏପ୍ରିଲ 11.4.2020 :- ସରକାରଙ୍କ ପକ୍ଷରୁ ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ଯୋଗାଣ ସାମଗ୍ରୀ ପାଉଛନ୍ତି ସେମାନଙ୍କୁ ଏକ ହଜାର ଟଙ୍କା ଦିଆଯିବାର ଘୋଷଣା କରାଯିବା ପରେ ଗୁରୁବାର କୋରାଇ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ଟଙ୍କା ପ୍ରଦାନ କାର୍ଯ୍ୟଆରମ୍ଭ ହୋଇଛି । ପ୍ରଥମ ଦିନରେ ୬ହଜାର ରାସନକାର୍ଡ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କ ନେତୃତ୍ୱରେ ପ୍ରତି ପଂଚାୟତର ନିର୍ବାହୀ ଅଧିକାରୀ ଦ୍ୱାରା ଟଙ୍କା ପ୍ରଦାନ କରିଛନ୍ତି । ବ୍ଲକର ମୋଟ ୩୩ହଜାର ୧ଶହ ୩୫ ପରିବାର ଏହି ଯୋଜନାରେ ଅର୍ନ୍ତଭୂକ୍ତ ହୋଇଥିବା ଯୋଗୁ ସମସ୍ତଙ୍କୁ ଏକ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ସେଥିପାଇଁ ଏହି ବାବଦକୁ ବ୍ଲକକୁ ମୋଟ ୩କୋଟି ୩୧ଲକ୍ଷ ୩୫ ଆସିଛି । ହିତାଧିକାରୀମାନେ କିପରି ଶିଘ୍ରପାଇବେ ସେଥିପାଇଁ ବିଡିଓଙ୍କ ତତ୍ୱାବଧନାରେ ବ୍ଲକଯୋଗାଣ ଅଧିକାରୀ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତରେ ପ୍ରତି ପଂଚାୟତରେ ନିର୍ବାହୀଅଧିକାରୀଙ୍କ ହିତାଧିକାରୀଙ୍କ ସଂଖ୍ୟା ଅନୁଯାୟୀ ଟଙ୍କା ପ୍ରଦନା କରିଥିଲେ । ଏଥିପାଇଁ ପ୍ରତି ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ସହଯୋଗ କରିବାପାଇଁ ବ୍ଲକର ୭୪ଜଣ ଶିକ୍ଷକଙ୍କୁ ନିଯକ୍ତି କରାଯାଇଛି । ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ ସମୟରେ ସାମାଜିକ ଦୂତରତା ଅବଲମ୍ବନ କରାଯିବା ସହିତ ମାକ୍ସ ପିନ୍ଧିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିବା ବିଡିଓ ସୂଚନା ଦେଇଛନ୍ତି ।

Exit mobile version