ଆଇଏଚ୍‌ସିଏଲ୍ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ ଭିଭାନ୍ତା ହୋଟେଲ୍‌ ଖୋଲାଯାଇଥିବା ବିଷୟରେ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :-   ଦକ୍ଷିଣ ଏସିଆର ସର୍ବବୃହତ ଆତିଥେୟତା କଂପାନି ଇଣ୍ଡିଆନ୍ ହୋଟେଲସ୍ କଂପାନି (ଆଇଏଚ୍‌ସିଏଲ୍‌) ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ପ୍ରଥମ ଭିଭାନ୍ତା ହୋଟେଲ୍ ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ହୋଟେଲ୍‌କୁ ସମସାମୟିକ ଡିଜାଇନ୍‌ରେ ପ୍ରସ୍ତୁତ କରାଯାଇଛି ଯାହା ସହରର ଜୀବନ୍ତ ଭାବ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଶ୍ରୀଯୁକ୍ତ ପୁନୀତ ଛଟ୍‌ୱାଲ୍‌, ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଇଏଚ୍‌ସିଏଲ୍ କହିଛନ୍ତି ଯେ, “ଭାରତର ସବୁ ରାଜ୍ୟର ରାଜଧାନୀରେ ଉପସ୍ଥିତ ରହିବା ପାଇଁ ଆଇଏଚ୍‌ସିଏଲ୍‌ର ଲକ୍ଷ୍ୟ ଅନୁସାରେ ଏହାକୁ ଖୋଲାଯାଇଛି । ଆମର ବିଶ୍ୱାସ ରହିଛି ଯେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ବିପୁଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଏହି ରାଜ୍ୟରେ ବିପୁଳ ବ୍ୟବସାୟ ଓ ପର୍ଯ୍ୟଟନ ସମ୍ଭାବନା ରହିଛି । ଭିଭାନ୍ତା ଭୁବନେଶ୍ୱରକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଏକ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳ ଭାବେ ସହରର ଦ୍ରୁତ ଅଭ୍ୟୁଦୟ ଓ ଏହାକୁ ଏକ ଉଲ୍ଲେଖନୀୟ ପର୍ଯ୍ୟଟନ ସ୍ଥଳର ଏକ ଅଂଶ କରିଛୁ ।’’ ଏକ ବିକଶିତ ବାଣିଜ୍ୟିକ ଜିଲ୍ଲାରେ ଓ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ଭିଭାନ୍ତା ଭୁବନେଶ୍ୱରରେ ରହିଛି ୧୩୬ଟି ଷ୍ଟାଇଲିସ ଭାବେ ଡିଜାଇନ କରାଯାଇଥିବା କୋଠରି ଓ ସୁଇଟସ୍ ଏବଂ ଏହା ସହିତ ମୁଗ୍ଧକର ଖାଦ୍ୟପେୟ ସୁବିଧା ରହିଛି ।

ଦିବସବ୍ୟାପୀ ଭୋଜନ ପ୍ରଦାନ କରୁଥିବା “ମିଂଟ୍‌’ରେ ବିଶ୍ୱସ୍ତରୀୟ ମେନୁ ରହିଥିବା ବେଳେ ବିଳାସପୂର୍ଣ୍ଣ ଲାଉଞ୍ଜ୍ “ୱିଙ୍କ’ରେ ପ୍ରଦାନ କରାଯାଉଛି ସିଗ୍ନେଚର ଡ୍ରିଙ୍କ୍ ଓ ଅଳ୍ପ ପରିମାଣର ଚୋରକ ଖାଇବା । ରୁଫ୍‌-ଟପ୍ “ପୁଲ୍‌ବାର’ ହେଉଛି ସୂର୍ଯ୍ୟାସ୍ତ ପାଇଁ ଏକ ଉପଯୁକ୍ତ ସ୍ଥାନ, “ସ୍ୱିର୍ଲ’ ସହରର ସବୁଠୁ ଉତ୍କୃଷ୍ଟ କନଫେକ୍ସନେରି ପ୍ରଦାନ କରିବ । ସହରର ସର୍ବବୃହତ ସମ୍ମିଳନୀ ବ୍ୟବସ୍ଥା ସମେତ ଏକ ବ୍ରାଇଡାଲ୍ ରୁମ୍ ଓ ପୁଲ୍ ପାଶ୍ୱର୍ ଲନ୍ ଏହି ହୋଟେଲ୍‌କୁ ବିବାହ ଓ କାର୍ଯ୍ୟକ୍ରମ ଲାଗି ଏକ ପ୍ରମୁଖ ସ୍ଥାନରେ ପରିଣତ କରିଛି । ହୋଟେଲ୍‌ର ହୃଦୟ ସ୍ଥଳରେ ଥିବା ପୁରସ୍କାରପ୍ରାପ୍ତ “ିଜିଭା ସ୍ପା ଆଣ୍ଡ୍ ସେଲୁନ’ ଏକ ଶାନ୍ତ ବାତାବରଣ ହୋଇଥିବା ବେଳେ ରୁଫ୍‌-ଟପ୍ ସ୍ୱିମିଂ ପୁଲ୍ ଅତିଥିମାନଙ୍କୁ ସହରର ସମ୍ପ୍ରସାରିତ ଦୃଶ୍ୟକୁ ଉପଭୋଗ କରି ଆରାମ କରିବାର ସୁଯୋଗ ପ୍ରଦାନ କରିବ । “ଏହି ହୋଟେଲ୍ ପାଇଁ ଇଣ୍ଡିଆନ୍ ହୋଟେଲସ୍ କଂପାନି ଲିମିଟେଡ୍‌ (ଆଇଏଚ୍‌ସିଏଲ୍‌) ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଭିଭାନ୍ତାର ପ୍ରବେଶ ରାଜ୍ୟରେ ଆତିଥେୟତା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବ ଏବଂ ଓଡ଼ିଶାକୁ ଅଗ୍ରଣୀ ହୋଟେଲ୍ ବ୍ରାଣ୍ଡ୍ ଆସିବାର ପଥ ଉନ୍ମୁକ୍ତ କରିବ ଯାହା ପର୍ଯ୍ୟଟନ ଓ ହୋଟେଲ୍ କ୍ଷେତ୍ରକୁ ସୁଦୃଢ଼ କରିବ ବୋଲି ଜଗଦ୍ଦିଶ ପ୍ରସାଦ ନାଏକ, ପରିଚାଳନା ନିର୍ଦେଶକ, ଲାଇଫ୍‌ଲାଇନ୍ ମଲ୍‌ଟିଭେଂଚର୍ସ ପ୍ରାଇଭେଟ୍‌ ଲିମିଟେଡ୍ କହିଛନ୍ତି । ଶତାବ୍ଦୀ ପ୍ରାଚୀନ ସମୃଦ୍ଧ ଇତିହାସ ଥିବା ଭୁବନେଶ୍ୱର ନିକଟରେ ବ୍ୟବସାୟ କରିବା ଲାଗି ଭାରତର ଶ୍ରେଷ୍ଠ ସ୍ଥାନ ଭାବେ ର‌୍ୟାଙ୍କ ହାସଲ କରିଛି ଯାହା ଏହାକୁ ଦେଶର ଏକ ଉଦୀୟମାନ ବାଣିଜ୍ୟ କେନ୍ଦ୍ରର ମାନ୍ୟତା ଦେଉଛି । ଏହି ହୋଟେଲ୍ ଯୋଡ଼ିବା ସହିତ ଓଡ଼ିଶାରେ ଆଇଏଚ୍‌ସିଏଲ୍‌ର ଚାରିଟି ହୋଟେଲ୍ ରହିଥିବା ବେଳେ ସେଥିରୁ ଗୋଟିଏ ବିକାଶ ପର୍ଯ୍ୟାୟରେ ରହିଛି । ଅଧିକ ଜାଣିବା ଲାଗି ଏବଂ ବୁକିଂ ଅନୁଭୂତି ହାସଲ କରିବା ଲାଗି ପରିଦର୍ଶନ କରନ୍ତୁ

Exit mobile version