ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ଯ ଚାଳିଛି

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ପଦ୍ମପୁର:-ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କ ପ୍ରସ୍ତାବ କ୍ରମେ PM Care Fund- State CSR ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ ଚାଲିଛି । ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ କାର୍ଯ୍ୟ

ର ତଦାରଖ କରିଥିଲେ । ପ୍ଲାଣ୍ଟ ର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏହା ଅତି ଶୀଘ୍ର ସମ୍ପୂର୍ଣ ହେବ ବୋଲି PWD ଏସଡିଓ ଶ୍ରୀ ଜିତେନ୍ଦ୍ର ମେହେର, ଶ୍ରୀ ରାଜେନ୍ଦ୍ର କିଷାନ କହି ଥିଲେ । ଏ ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ତହସିଲ ସାହୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରତିନିଧି ଦଳରେ ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲ,ସାଧାରଣ

ସମ୍ପାଦକ ଅଶୋକ କୁମାର ମିଶ୍ର,ଉପ ସଭାପତି ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ତାହାର ସମାଧାନ ହେଇପାରିବ ସେ ହିସାବରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।      ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version