ଶୁଣିଲାନି ପ୍ରଶାସନ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ପଦ୍ମପୁର:- ଗୋଟିଏ ପଟେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକ ମାନେ ହେଉଛନ୍ତି ପ୍ରକୃତ ମାଲିକ । ରାଜ୍ୟର ପ୍ରତ୍ୟେକ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଲୋକଙ୍କ ପଇସାରେ ଖୋଲା ଯାଇଛି । ଏହା ଶୁଣିବାକୁ ବେଶ ସ୍ମୃତି ମଧୁର ଲାଗେ କିନ୍ତୁ ଆମେ ସବୁ ବେଳେ ଦେଖେଇବାକୁ ଚାହୁଁ ବାସ୍ତବିକ ସତକଥା । ଏହି ଘଟଣା ଖୋଲିଦେଵ ସରକାରୀ କର୍ମଚାରୀଙ୍କ ଅସଲ ମୁଖା.. ଲୋକଙ୍କ ପଇସାରେ ନିଯୁକ୍ତି ପାଇଥିବା ସରକାରୀ ବାବୁ ମାନେ ଲୋକଙ୍କ ସମସ୍ୟାକୁ କରିଥାନ୍ତି ନଜର ଅନ୍ଦାଜ,ସେମାନେ ଭୁଲି ଯାଇଛନ୍ତି ଯେ ଯେଉଁ ଦରମା ପଇସାରେ ତାଙ୍କ ଘର ଚଳେ ତାହା ଲୋକଙ୍କ ଟିକସ ପଇସାରେ ହିଁ ପ୍ରଦାନ କରାଯାଇଥାଏ ।ଯେତେବେଳେ ସରକାରୀ କଳ କାମ କରେନାହିଁ। ପ୍ରଶାସନିକ ସ୍ଥାଣୁତା ସାଧାରଣ ନାଗରିକଙ୍କୁ ଅତିଷ୍ଠ କରିଦିଏ ସେତେବେଳେ ସାଧାରଣ ଜନତା ସରକାର ତଥା

ପ୍ରଶାସନକୁ ଆଇନା ଦେଖାଇଥାନ୍ତି । ଏଭଳି ଏକ କାମ କରି ଦେଖେଇଛନ୍ତି ଜଣେ ଛୋଟ ପାନ ବ୍ୟବସାୟୀ ଯାହାଙ୍କ ନାମ ହେଉଛି ରୂପେନ ପାଣ୍ଡେ ଗ୍ରାମ ଚାରପାଲି ପେଷା ରେ ସେ ଜଣେ ଛୋଟ ପାନ ବ୍ୟବସାୟୀ ପରିବାର କହିଲେ ଚାରି ଜଣ,ପାନ ବ୍ୟବସାୟ ରେ ଅର୍ଚ୍ଚିତ ଧନରେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ସରକାର ଏବଂ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ସହ୍ୟ କରି ନ ପାରି ନିଜ ପୁଅ ସଞ୍ଚୟ କରି ରଖିଥିବା ଟଙ୍କା କୁ ଗ୍ରାମର ଉନ୍ନତି ପାଇଁ ରାସ୍ତା ନିର୍ମାଣ ରେ ଖର୍ଚ୍ଚ କଲେ। ଚାରପାଲି ରୁ ସିଂହନପୁର ରାସ୍ତା ବହୁତ କଦର୍ଯ୍ୟ ହୋଇଥିଲା । ଏହି ରାସ୍ତା ରେ ପାଞ୍ଚ ଖଣ୍ଡ ଗାଁ ଯାତାୟାତ କରୁ ଥିଲେ । ଲୋକେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଗ୍ରାମର ଯୁବ ସ୍ୱେଚ୍ଛାସେବୀ ରୁପେନ ପାଣ୍ଡେ ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ।ଏବେ ତାଙ୍କର ମହତ କାମକୁ ପ୍ରଶଂସା ର ସୁଅ ଚୁଠୁଛି । ଅପର ପକ୍ଷରେ ଯେଉଁ ସରକାରୀ କର୍ମଚାରୀ ତଥା ଜନପ୍ରତିନିଧି ଏହି ରାସ୍ତାକୁ ବାରମ୍ବାର ଦେଖି ନିଦାବିଷ୍ଣୁ ସାଜିଥିଲେ ତାଙ୍କୁ ସମସ୍ତେ ସମାଲୋଚନା କରିଛନ୍ତି ।   ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version