ଭାଗ ଚାଷୀ ନାଁରେ ଫସଲ ବୀମାରେ ହରିଲୁଟ ଅଭିଯୋଗ ତଦନ୍ତ ଦାବିରେ ଜମି ମାଲିକ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଫସଲ ବୀମା ହଡ଼ପ କରାଯିବା ଭଲି କିଛି ଘଟଣା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରିମିୟମ ଟଙ୍କା ପୈଠ କରି ଫସଲ ବୀମା ବାବଦ ଟଙ୍କା ହଡ଼ପ କରାଯିବାକୁ ଯୋଜନା ହୋଇଥିଲା। ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ଘଣ୍ଟମାଲ ଗ୍ରାମର ଜମି ମାଲିକ ଦେବେନ୍ଦ୍ର ସା,

ଖଇରମାଲ ଗାଁ ଚାଷୀ ମିତ୍ରସେନ ମହାନନ୍ଦ ଓ ଅନେକ ଚାଷୀ ଫସଲ ବୀମାଭୁକ୍ତ କରିବା ପାଇଁ ସ୍ଥାନୀୟ ଜନସେବା କେନ୍ଦ୍ର ଗୁଡ଼ିକରେ ପହଞ୍ଚିଲେ ସେଠାରେ ଜାଣିବାକୁ ପାଇଲେ ଯେ ତାଙ୍କ ଚାଷ ଜମିରେ ପୂର୍ବରୁ ପ୍ରିମିୟମ ଟଙ୍କା ପୈଠ ହୋଇସାରିଛି। ଏହି ଘଟଣାର ସରକାରୀ ତଦନ୍ତ ସହ ଏଭଳି ହରିଲୁଟର ପ୍ରକିୟାକୁ ରୋକିବା ପାଇଁ ନର୍ଲା ଥାନାରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।

ପୁଣି ଚାଷୀମାନେ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ଏହାର ତଦନ୍ତ ସକାଶେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ହସ୍ତଗତ ହୋଇଛି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version