ଟାଟା ଏସି ସହ ବାଇକ୍ ଧକ୍କା, ୨ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :-  ରବିବାର ରାତି ପ୍ରାୟ ସାଢେ ୮ ଟାରେ ୫୯ ନଂ ଜାତୀୟ ରାଜପଥ ତଥା ସ୍ଥାନୀୟ ପୌରାଂଚଳ ଆରଏମସି ଛକ ନିକଟରେ ଟାଟା ଏସି (ଓଡ଼ି୦୭ଟି ୩୮୩୫) ସହ ବାଇକ୍ (ଓଡ଼ି୦୭ଏଫ୍ ୭୯୧୧) ମୁହାଁମୁହିଁ ଧକ୍କା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ବାଇକ ଚାଳକ ସ୍ଥାନୀୟ ପୌରାଂଚଳର ସ୍ୱାଧିନ କୁମାର ଗଉଡ଼, ସାଥୀ ତନଜ କୁମାର ମୁନି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରକାଶ ଯେ, ବାଇକ ଚାଳକ ଓ ସାଥୀ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରାସ୍ତାରେ ଯାଉଥିବା ବେଳେ ବିପରୀତ ଶେରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଟାଟା ଏସି ଗାଡ଼ିଟି ଆସି ବାଇକକୁ ଧକ୍କା ଦେଇଥିଲା ।   ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version