ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଛକଠାରେ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ବରଗଡ଼ :- ବରଗଡ଼ ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣ କରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଛକଠାରେ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତ ରେ ସରକାରୀ ଜମି ରୁ ଜବର ଦଖଲ ଉଛେଦ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଭେଡେନ ବ୍ଲକ ମହକୁମା ରୁ ବରଗଡ଼ ମୁଖ୍ୟ ରାସ୍ତା ଘରୋଇ ବସଷ୍ଟାଣ୍ଡ ନିକଟରେ ସଂଯୋଗ କରୁଥିବା ଏହି ୨୬ କିଲୋମିଟର ରାସ୍ତା ର ୬ କିମି ଜବର ଦଖଲ ଓ ବିଦ୍ୟୁତ ବିଭାଗର କାର୍ଯ୍ୟ ପାଇଁ ନିର୍ମାଣ ସୋଇପାରୁନଥିଲା । ପ୍ରଥମ ପର୍ଯ୍ୟାୟରେ ସହର ପଟୁ ଉଚ୍ଛେଦ କରାଯିବା ପରେ ଆଜି ତୋରା ସୂତା ମିଲ ଛକ ଠାରେ ଉଚ୍ଛେଦ କରାଯାଇଥିଲା ।

Exit mobile version