୧୦ ଜୁଆଡି ଗିରଫ : ୯ହଜାର ୭ ଶହ ୨୦ ଟଙ୍କା ଜବତ

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :- ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା କଞ୍ଚୁଡୁ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଲିସ ପଞ୍ଝାରେ ୧୦ ଜୁଆଡି ପଡ଼ିଥିବା ବେଳେ ସେମାନଙ୍କ ନିକଟରୁ ୯ ହଜାର ୭ଶହ ୨୦ ଟଙ୍କା ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ହିଞ୍ଜିଳି ଥାନା କଞ୍ଚୁଡୁ ନୂଆଁସାହିର ରାମକୃଷ୍ଣ ବେହେରା, ବଡସାହିର ଟୁନା ପଣ୍ଡା, ପୁନରଖଣ୍ଡି ଗ୍ରାମର ହିନ ଗଉଡ, କେଲା ଗଉଡ, କେଳା ବାଜିରାମ ସେଠି, ବୁଲୁ ବେହେରା, ଲମ୍ବୋଦର ଗଉଡ, ପ୍ରମୋଦ କୁମାର ଗଉଡ, ପଦ୍ମ ଚରଣ ଗଉଡ ଓ ସାରୁ ଗ୍ରାମର ଶଶାଙ୍କ ଦାସ । ପ୍ରକାଶ ଯେ, ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଗଢ଼ି ଉଠିଥିଲା । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଫୋର୍ସ ଗଠନ କରାଯାଇଛି ।

ଗତ କିଛି ଦିନ ଧରି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ଜୁଆଡି ମାନେ ଗାଁ ସାହି, କୋଠଘର ପରେ ବର୍ତ୍ତମାନ ନିକାଞ୍ଚନ ଗ୍ରାମ୍ୟ ଜଙ୍ଗଲ ଓ ବିଲମାଳ ଅଞ୍ଚଳକୁ ସୁରକ୍ଷିତ ଜୁଆ ଆଡ୍ଡା ସ୍ଥଳ ଭାବେ ବାଛି ନିର୍ଭୟରେ ଜୁଆର ଆସର ଜମାଉଛନ୍ତି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଥାନା କଞ୍ଚୁଡୁ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବା ବେଳେ କୈାଣସି ସୁତ୍ରରୁ ପୁଲିସ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ବାସୁଦେବ ଭୋଇ,ରାଘବ ପ୍ରଧାନ, ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସଆଇ ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ସରୋଜ କୁମାର ରଣସିଂହ, ଅନନ୍ତ ରଣସିଂହ, ପିଏସ ଦଳେଇ ଓ ଓଏପିଏଫ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଆଡ୍ଡା ଉପରେ ଚଢ଼ଉ ଜୋରଦାର କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ)

Exit mobile version