ନୟାଗଡ଼ ବଡ଼ ମଠ ମହନ୍ତ ସୁଦାମ ଚରଣ ଦାସ ମହାରାଜ ଆଉ ନାହାନ୍ତି

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ନୟାଗଡ଼ :- ନୟାଗଡ଼ ପୁରୁଣା ସହର ସ୍ଥିତ ବଡ଼ମଠ ମହନ୍ତ ତଥା ନୟାଗଡ଼ ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ସଭାପତି ସୁଦାମ ଚରଣ ଦାସ ମହାରାଜଙ୍କ (୭୮ ) ବର୍ଷ ବୟସରେ ପରଲୋକ ହୋଇଯାଇ ଥିବାରୁ

ଅମୃତ ଅମ୍ଲାନ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଜ୍ୟ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏଥିସହ ଏହି ମହାନ ଆତ୍ମାର ପରଲୋକରେ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ସମ୍ପାଦକ କିଶାନ ଦାସ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରଛନ୍ତି (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version