ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ଭାପୁର :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଯାଉଥିବା ଏହି ବିଭାଗ ତରଫରୁ ସାରା ଦେଶର ବିଭିନ୍ନ ଯୁବା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ଯୁବା କେନ୍ଦ୍ର ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମରେ ଭାପୁର ବ୍ଲକର ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲ।

ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ମାଧ୍ୟମରେ ଉପସ୍ଥିତ ଅତିଥି ଓ ଗ୍ରାମର ଆଶା ଦିଦି , ଅଙ୍ଗନୱାଡ଼ି କର୍ମୀ ସଫେଇର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ପରେ ପରେ ଗ୍ରାମର ବିଭିନ୍ନ ଅଞ୍ଚଳ ସଫା କରିବା ସହ ବ୍ଳିଚିଂ ପାଉଡ଼ର ସିଞ୍ଚନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ କିଛି ବୃକ୍ଷରୋପଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାପୁରର ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ ଜାତୀୟ ଯୁବ ସ୍ୱେଚ୍ଛାସେବୀ (NYV) ସତ୍ୟବ୍ରତ ମହାରଣା ଓ ପ୍ରାଚୀ ତନୟା ମିଶ୍ର ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଆଶୁତୋଷ ଦାସ ପରିଚାଳନା କରିଥିଲେ।  (ରିପୋର୍ଟ -ରାମକୃଷ୍ଣ ରଥ)

 

Exit mobile version