ଭୁବନେଶ୍ଵର, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ଯୁବ ବିଜେଡି 11.4.2020 : – ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରନ୍ତୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଜନସାଧାରଣଙ୍କୁ ଧର୍ଯ୍ୟ ଓ ଶୃଙ୍ଖଳା ସହ ମହାମାରୀ କରୋନା ବିପିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ମହାମାରୀ ସମଗ୍ର ବିଶ୍ୱରେ ଏକ ଭୟାବହ ଦୁର୍ବିପାକର ରୂପ ନେଇ ସମଗ୍ର ମାନବ ସମାଜ ଉପରେ ନିଜର ଦୁର୍ବାର ପ୍ରହାର କରି ଚାଲିଛି । ଏପରି ଘଡିସନ୍ଧି ମୁର୍ହୂରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୁଦ୍ଧରେ ସାରା ଦେଶ ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସ୍ୱରୂପ ସର୍ବପ୍ରଥମେ ଲକ୍ଡାଉନ୍ ନିଷ୍ପତି ନେଇଥିଲେ, ଏଥି ସହ ମୋ ଜୀବନ କାର୍ଯକ୍ରମ ଜାରୀକରି ସଚେତନା ମାଧ୍ୟମରେ ସମସ୍ତଙ୍କୁ ଶପଥ କରାଇଥିଲେ, ଯୁଦ୍ଧକାଳିନ ଭିିରେ ରାଜ୍ୟରେ ଦେଶର ପ୍ରଥମ କୋଭିଡ୍-୧୯ ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରସ୍ତୁତ କରି ସମଗ୍ର ବିଶ୍ୱରେ ଉଦାହାରଣ ସୃଷ୍ଟି କରିଛନ୍ତି । ରାଜ୍ୟବାହାରେ ଫସି ରହିଥିବା ଓଡିଆ ଭାଇମାନେ କିପରି ସେଠାରେ ଅସୁବିଧାରେ ନରହିବେ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆମରାଜ୍ୟରେ ରହିଥିବା ଅନ୍ୟରାଜ୍ୟର ସମସ୍ତ ଅସହାୟ ଲୋକମାନଙ୍କୁ ଅତିଥିଭାବେ ଗ୍ରହଣ କରି ସେମାନଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ନେଉଛନ୍ତି, କେବଳ ଏତିକି ନୁହେଁ ପ୍ରତିଦିନ ସ୍ଥିତିର ସମୀକ୍ଷାକରି ଏହାର ମୁକାବିଲା ପାଇଁ ଅହରହ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । ଓଡିଶାର ସାଢେ ୪କୋଟି ଲୋକଙ୍କୁ ସେ ସର୍ବଦା ନିଜର ପରିବାର ରୂପେ ଗ୍ରହଣ କରିଆସିଛନ୍ତି ତେଣୁକରି ସମସ୍ତ ଦଳୀୟ କର୍ମୀ, ନେତା ତଥା ନିର୍ବାଚିତ ପ୍ରତିନିଧି ମାନଙ୍କୁ ସେ ଅନୁରୋଧ ରଖିଛନ୍ତି କି ସମସ୍ତେ ନିଜ ନିଜ ଅଞ୍ଚଳର ଦାୟିତ୍ୱ ନିଜେ ନିଅନ୍ତୁ ଯେପରି ନିଜ ଅଳରେ କୌଣସି ବ୍ୟକ୍ତିଙ୍କୁ ଭୋକିଲା ରହିବାକୁ ଦେବେ ନାହିଁ । ପ୍ରତି ଭୋକିଲା ବ୍ୟକ୍ତିଙ୍କୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ଦୁଖଃଦ ସମୟରେ ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା ଓ ଅସହାୟ ଲୋକଙ୍କ ପାଖରେ ଛିଡାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । ଏଥିସହିତ ରକ୍ତ ଆବଶ୍ୟକ କରୁଥିବା ରୋଗୀ ବିଶେଷ ଭାବେ ଥାଲେସେମିଆ ରୋଗୀମାନଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ଆବଶ୍ୟକ ସ୍ଥଳେ ନିକଟସ୍ଥ ରକ୍ତଭଣ୍ଡାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କରନ୍ତୁ । ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରନ୍ତୁ କିନ୍ତୁ ନିଜପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ, ଯେପରି ବାହାରକୁ ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ, ସଂଘରୋଧ ପ୍ରତି ଧ୍ୟାନ ଦିଅନ୍ତୁ, ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଓ ଘରକୁ ଫେରିଲେ ସାବୁନ୍ରେ ଭଲ ଭାବରେ କୋଡିଏ ସେକେଣ୍ଡ ପର୍ଯ୍ୟନ୍ତ ହାତଧୁଅନ୍ତୁ । ଏହି ପରିପ୍ରେକ୍ଷୀରେ ମୁଁ ବିଶେଷ ଭାବେ ଯୁବଜନତାର ସମସ୍ତ ରାଜ୍ୟକର୍ମର୍କା, ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ, ବ୍ଲକ ଏବଂ ପଂଚାୟତ ସଭାପତିଙ୍କ ସହ କମିଟିର କର୍ମର୍କା ତଥା ଯୁବକର୍ମୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ଏକ ସାମାଜିକ ଆହ୍ୱାନ ଭାବେ ଗ୍ରହଣ କରିବାକୁ ଅନୁରୋଧ ଜଣାଉଛି ।
ଯୁବ ବିଜେଡିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସାମାଜିକ ଦାୟିତ୍ୱ ଗ୍ରହଣ କରନ୍ତୁ ।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
by
Proprietor Abhimanyu Maharana
April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ
by
Proprietor Abhimanyu Maharana
April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ
by
Proprietor Abhimanyu Maharana
April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ
by
Proprietor Abhimanyu Maharana
April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ
by
Proprietor Abhimanyu Maharana
April 30, 2026