
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୩ର ଏରୋଡ୍ରମ ଏରିଆ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ମା ବୈଷ୍ଣବୀ ମହିଳା ମହାସଂଘ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ବରିଷ୍ଠ ନାଗରିକମାନଙ୍କୁ ତେଜସ୍ଵୀନି ମିଶନ ଶକ୍ତି ମହିଳା ମହାସଂଘ ଦ୍ଵାରା ସାନିଟାଇଜ୍ କିଟ୍ ବଣ୍ଟନ କରାଯାଇଥିଲା
ପରେ ଏକ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଉଦଘାଟନ କରିବା ସହ ଅଞ୍ଚଳରେ ଡେଙ୍ଗୁ ରୋଗକୁ କିପରି ଦୁରେଇବା ସେଥିପାଇଁ ଅଳିଆ ଆବର୍ଜ୍ଜନା ସ୍ଥାନରେ ମଶାମରା ଔଷଧ ସିଞ୍ଚନ କରି ଜନସାଧାରଣଙ୍କୁ ସଚେତନ କରିଥିଲେ ।
କାର୍ଯ୍ୟକ୍ରମରେ ପୁର୍ବତନ କର୍ପୋରେଟର ତଥା ତେଜସ୍ଵୀନିର ସଭାପତି ମହାମାୟା ସ୍ୱାଇଁ,ସୀମା ନାୟକ,ରୁନୁ ଜେନା,ଶ୍ରୀଧର ବେହେରା,ତେଜସ୍ଵୀନି ମିଶନ ଶକ୍ତି ମହିଳା ମହାସଂଘର ର ସମ୍ପାଦିକା ସଂଯୁକ୍ତା ଭୁତିଆ ଏବଂ ମହାସଂଘ ର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।
