ଖୋର୍ଧାରୋଡ଼ ଷ୍ଟେସନ ନାମ ପରିବର୍ତ୍ତନ ପାଇଁ ଦାବୀ

ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ଖୋର୍ଦ୍ଧା-ଜଟଣୀ :- ଖୋର୍ଧାରୋଡ଼ ଷ୍ଟେସନକୁ ଜଟଣୀ ଷ୍ଟେସନରେ ନାମିତ କରିବା ଓ ଖୋର୍ଧାରୋଡ଼ ବଲାଙ୍ଗୀର ରେଳ ଲାଇନରେ ତରାବୋଇ ଠାରେ ଏକ ପାସେଞ୍ଜର ହଲଟ ନିର୍ମାଣ ଦାବିନେଇ ଜଟଣୀ ବିଜେପିର ଏକ ନେତୃ ମଣ୍ଡଳୀ ଯୁବନେତା ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ ।

ଦିର୍ଘଦିନରୁ ଜଟଣୀର ମୁଖ୍ୟ ଦାବି ଖୋର୍ଦ୍ଧାରୋଡ ଷ୍ଟେସନକୁ ଜଟଣୀ ଷ୍ଟେସନ ନାମରେ ନାମିତ କରିବା ସହ ତରାବୋଇ ଗ୍ରାମଠାରେ ପାସେଞ୍ଜର ହଲ୍ଟ ଓ ସୀଡାରାମ ଛକ ବେବସାୟୀ ମାନଙ୍କୁ ଥଇଥାନ କରିବା ଦାବିରେ ରେଳମନ୍ତ୍ରୀଙ୍କ ଉଦେଶ୍ୟରେ ଯୁବନେତା ବିଶ୍ବରଂଜନ ବଡ଼ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୁବଶିଘ୍ର ଏହାର ସମାଧାନ କରିବା ନିମନ୍ତେ ସାଂସଦ ମହୋଦୟା ପ୍ରତିଶ୍ରୁତି ରଖିଲେ ଦଳୀୟ କର୍ମକର୍ତ୍ତାଙ୍କ ପାଖରେ। ଏଥିରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ତଥା ସାଂସଦ ପ୍ରତିନିଧି ରବି ନାରାୟଣ ସ୍ବାଇଁ(ରଘୁ), ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ, ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡଜେନା, ଉପସଭାପତି ଶତୀଶ ଶର୍ମା, ମୁନୁ ଯୋଶୀ ପ୍ରମୁଖ ବହୁ ନେତା ଓ କର୍ମୀ ପ୍ରତିନିଧି ଉପସ୍ଥିତ ଥିଲେ। (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ )

Exit mobile version