ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର )ଛତିଆ :- ଚଣ୍ଡିଖୋଲ :- ଉଦୟଗିରି ପର୍ବତ ମାଳା ର ଧାଉଡିଆପଦା ଠାରେ ବେଆଇନ୍ ମୋରମ ଓ ପଥର ଚୋରା ଚାଲାଣ ରୋକିବା ପାଇଁ ଦର୍ପଣ ତହସିଲଦାର ଙ୍କ ପକ୍ଷରୁ 144 ଧାରା ଜାରି କରାଯାଇଛି । ପୁଣି ବେଆଇନ୍ ଭାବେ ଚଳାଚଳ କରୁଥିବା ଗାଡି ରାସ୍ତା କୁ ଯେ ସି.ବି ଲଗାଇ ଟ୍ରେଞ୍ଚ ଖୋଳି ଦିଆଯାଇଥିବା ବେଳେ ପୁଣି ମାଫିଆ ମାନେ ଆଇନ୍ ଶୃଙ୍ଖଳା ଭାଙ୍ଗି ମୋରମ ଚୋରା ଚାଲାଣ କରୁଛନ୍ତି ।
ଗୁପ୍ତ ଖବର ପାଇ ଆଜି ସକାଳୁ ତହସିଲଦାର ପ୍ରଦୀପ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ଏହି ବେଆଇନ୍ ଖାଦାନ ଭୁକ୍ତ ଉଦୟଗିରି ବୌଦ୍ଧ ବିହାର ଚାରି ପଟେ ନିର୍ମାଣ ହୋଇଥିବା ଐତିହ ପ୍ରାଚୀର କଡରୁ ମୋରମ ଚୋରି କରି ଆଣିଥିବା ଏକ ଟ୍ରାକ୍ଟର କୁ ଧରିଥିଲେ ।
ଖୋଳ। ଯାଇଥିବା ଟ୍ରେଞ୍ଚ ର ଗୋଟିଏ ପଟ କୁ ପୋତିଦେଇ ପୁଣି କାର।ସାଦି ଆରମ୍ବ କରି ଥିବା ଦେଖିବାକୁ ପାଇଥିଲେ । ଟ୍ରାକ୍ଟର କୁ ଜବତ କରିବା ସହ ଡ୍ରାଇଭର୍ କୁ ପୁଲିସ ଜିମା ଦେଇଥିଲେ । ପୁଲିସ ଡ୍ରାଇଭର୍ ଛବିନ୍ଧ୍ର ବେହେରାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ।ଏହି ଘଟଣା କୁ ନେଇ ତହସିଲ୍ ଟିମ୍ ରେ ଯାଇଥିବା ରାଜସ୍ୱ ଇନ୍ସପେକ୍ଟର ମାଧବାନନ୍ଦ ଆଇଚ ଏତଲା ଦେଇଥିଲେ ଓ ଏତଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବକ୍ଷେଣ ସଂସ୍ଥା ନିର୍ମିତ ପ୍ରାଚୀର କଡରୁ ମୋରମ ଚୋରି ହେଉଥିବା ଦର୍ଶ।ଯାଇଛି ।
