ରୋଗୀ କଲ୍ୟାଣ ସମିତି ର ବୈଠକ

ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ଶନିବାର) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ର ସଭାଗୃହ ରେ ରୋଗି କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ଡ଼ାକ୍ତରଖାନା ର ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ସାମାଧାନ ର ପଦକ୍ଷେପ ନେବାପାଇଁ ଆଲୋଚନା କରାଯାଇଥିଲା ।

ବିଧାୟକ ଶ୍ରୀ ମେହେର ଡାକ୍ତରଖାନା ର ବିଭିନ୍ନ ୱ।ଡ଼ ବୁଲି ଦେଖିବା ସହ ରୋଗୀ ମାନଙ୍କର ଅଭାବ ଅସୁବିଧା ବୁଝିଥିଲେ । ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଡାକ୍ତର ଖାନା ର ସମସ୍ତ ଷ୍ଟାଫ୍ ଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । (ଗୋରେଖନାଥ ବରିହା )

Exit mobile version