ଟିପିସିଓଡିଏଲ୍ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୭ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଶକ୍ତଦାନ ଶିବିର ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର ) ଭୁବନେଶ୍ୱର :-  ରୋଗୀଙ୍କୁ ଦିଆଯିବାକୁ ଥିବା ରକ୍ତର ଅଭାବ ହେଉଛି ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ସମସ୍ୟା । ଏଥିରେ ଥିବା ଅସନ୍ତୁଳନକୁ ହ୍ରାସ କରିବା ଓ ସମାଜ ଏବଂ ସ୍ୱାସ୍ଥ୍ୟର କଲ୍ୟାଣ ପ୍ରତି ଅବଦାନ ପ୍ରଦାନ କରିବା ଲାଗି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ରେଡ୍ କ୍ରସ୍ ସୋସାଇଟି ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତ ରତ୍ନ ଶ୍ରୀଯୁକ୍ତ ଜେଆର୍‌ଡି ଟାଟାଙ୍କ ୧୧୭ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ମହତ କାର୍ଯ୍ୟକୁ ଜବରଦସ୍ତ ସମର୍ଥନ ମିଳିଛି । କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସମେତ କର୍ମଚାରୀମାନେ ପ୍ରାୟ ୧୦୦ ୟୁନିଟ୍ ରକ୍ତ ଦାନ କରିଛନ୍ତି ।

ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗମ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ କହିଛନ୍ତି ଯେ, “ଟାଟା ଗ୍ରୁପ୍‌ର ଭାବ ଓ ମୂଲ୍ୟବୋଧର ପ୍ରତୀକ ହେଉଛନ୍ତି ଜେଆର୍‌ଡି ଟାଟା ଏବଂ ସେ ଏହାର ଗନ୍ତବ୍ୟ ସ୍ଥଳକୁ ଆକାର ଦେଇଛନ୍ତି । ଜଣେ ଦୂରଦ୍ରଷ୍ଟା ବ୍ୟବସାୟୀ ଓ ଜଣେ ବଦାନ୍ୟ ବ୍ୟକ୍ତି ଭାବେ ଆମେ ତାଙ୍କ ସଫଳତାର ଅଗ୍ରଦୂତ ଭାବକୁ ପାଳନ କରୁଥିବା ବେଳେ ଏକ ରକ୍ତଦାନ ଶିବିର ଆୟୋଜନ କରି ସମାଜପାଇଁ କିଛି କରିବାର ତାଙ୍କ ପରମ୍ପରାକୁ ଆଗକୁ ବଢ଼ାଇବା ଲାଗି ଏକ ସୁଯୋଗ ଭାବେ ଗ୍ରହଣ କରିଛୁ । ଏହି ମହତ କାର୍ଯ୍ୟ ପାଇଁ ଆମ କର୍ମଚାରୀଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବା ବେଶ୍ ହୃଦୟସ୍ପର୍ଶୀ ରହିଛି । ଭବିଷ୍ୟତରେ ଏଭଳି ଅଧିକ ଅଭିଯାନ ଆୟୋଜନ କରି ସାମାଜିକ ଦାୟିତ୍ୱବୋଧର ଦୃଢ଼ ଭାବକୁ ଆମେ ପ୍ରଦର୍ଶନ କରିବା ଜାରି ରଖିବୁ ।’’

Exit mobile version