ବିଦ୍ୟୁତ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ପଦ୍ମପୁର :- ପାଇକମାଲ ବିଦ୍ୟୁତ ବିଭାଗ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ଶନିବାର ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏସଡିଓ ଶ୍ରୀ ପୁରନ୍ଦର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ଭାବରେ ଜେଇ ଶ୍ରୀ ମନୋଜ କୁମାର ମେହେର,ଶ୍ରୀ ଅମରେଶ କନ୍ଧ,ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ଶତପଥୀ ଓ ଶ୍ରୀ ଜଗବନ୍ଧୁ ପୋଥାଳ ପ୍ରମୁଖ ଯୋଗ ଦାନ କରି ପାଇକମାଲ ସେକ୍ସନ ରୁ ଅବସର ନେଉ ଥିବା ବିଦ୍ୟୁତ କର୍ମଚାରୀ ଶ୍ରୀ ମୋହରମଣୀ କଲେତ ଓ ଶ୍ରୀ ଶଙ୍କର ମାଝୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟ କାର୍ଯ୍ୟାଳୟ ରୁ ଆସିଥିବା ପ୍ରମାଣ ପତ୍ର, ଫୋଟୋ, ସର୍ଭିସ ବୂକ, ରିଲିଫ ପ୍ରମାଣପତ୍ର ଓ ସାଲ ଦେଇ ଅବସର ନେଉ ଥିବା ଶ୍ରୀ କଲେତ ଓ ଶ୍ରୀ ମାଝୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ସମସ୍ତ ବିଦ୍ୟୁତ କର୍ମଚାରୀ ମାନେ ଯୋଗ ଦାନ କରିଥିବା ବେଳେ ଶଶାଙ୍କ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version