ଏକାମ୍ରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାରଭୁବନେଶ୍ୱର :- ସଚେତନ ରହିବା ଡେଙ୍ଗୁକୁ ହରାଇବା ,ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା, ଅବ୍ୟବହୃତ ସାମଗ୍ରୀରେ ପାଣି ଜମିବାକୁ ଦିଅନ୍ତୁ ନାହିଁ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୬ ର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ

କଲୋନୀ ,ପାଣିଟାଙ୍କି ବସ୍ତି ,ସମାଜ ଅଫିସ ଅଞ୍ଚଳ ରେ ପରିକ୍ରମା କରି ଅନ୍ତେବାସୀଙ୍କ ଘର ଘର ବୁଲି ମଶାମରା ଔଷଧ ସିଞ୍ଚନ କରାଇ ସଚେତନତା କରାଇବା ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମରେ ପୁର୍ବତନ ଡେପୁଟି ମେୟର କେ ଶାନ୍ତି,ଭୁବନେଶ୍ୱର ବିଯୁ ଯୁବ ଜନତା ଦଳ ସଭାପତି ସମରେଶ ବେଉରା, ଏ ଏନ ଏମ୍, ଆଶାକର୍ମୀ, ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version