ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ନୟାଗଡ଼ :- ସମ୍ବାଦ ସାହିତ୍ୟ ଘର, ନୟାଗଡ଼ ଶାଖା ତରଫରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯକ୍ରମ ବ୍ଲକ ନିକଟସ୍ଥ ଢାମେଣି ଡ୍ୟାମ ଠାରେ କୋଭିଡ ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୫୭ ଟି ବିଭିନ୍ନ କିସମର ବୃକ୍ଷ ରୋପଣ ହୋଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତଜି ଧନନ୍ଧିରେ ପ୍ରଥମ ଗଛଟି ରୋପଣ କରିଥିଲେ,
ଏପରିକି ଗଛ ଲଗାଇ ଦେଲେ ହେବ ନାହିଁ ଏହାକୁ ବଞ୍ଚାଇବା ନିହାତି ଦରକାର ବୋଲି କହିବା ସହ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖାର ଏପରି ଜନ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ବୃକ୍ଷ ରୋପଣ କାର୍ଯ୍ୟର ଭୁୟସୀ ପ୍ରଂଶସା କରିବା ସହ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖାକୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖାର ସଭ୍ୟ, ସଭ୍ୟା ମାନେ ଆଗେଇ ନେଇଥିଲେ | ସମ୍ବାଦ ସାହିତ୍ୟ ଘର ଜିଲ୍ଲା ସଂଯୋଜକ ତଥା ସମ୍ବାର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ
ଏହି ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘରର ସଭାପତି ଡ ବିଜୟ ଚୌଧୁରୀ, ସମ୍ପାଦକ, ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ପ୍ରତିଷ୍ଠାତା ସଭ୍ୟ ପ୍ରମୋଦ ପଟ୍ଟନାୟକ,କବି ଶରତ ଆଚାର୍ଯ୍ୟ, ସଭ୍ୟ ଗଜେନ୍ଦ୍ର ମହାରଣା, ସାମ୍ବାଦିକ ତଥା ସାରସ୍ୱତ ସାଧକ ଅନିଲ କୁମାର ପଣ୍ଡା,ବସୁଦେବ ମହାନ୍ତି, ସମସର ଅଲ୍ଲୀ, ମାନସ କୁମାର ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିବାବେଳେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ | (ରିପୋର୍ଟ -ରାମକୃଷ୍ଣ ରଥ)
