Home ଓଡ଼ିଶା କନ୍ଧମାଳ ପର୍ଯ୍ୟବେକ୍ଷକଙ୍କ ଦିନିକିଆ ନୂଆଗାଁ ଗସ୍ତ : ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ବରଗଡ଼ :- ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତ ରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ବିଜେଡ଼ି ନେତା ଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି l ଏହି ଆଲୋଚନାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ l ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ଆରମ୍ଭ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି । ଏଥିରେ ଶତାଧିକ କର୍ମୀ ଉପସ୍ଥିତ ରହି ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ କୋଟଗଡ ଅଂଚଳର ବରିଷ୍ଠ କର୍ମୀ ତଥା ସାଂସଦ ପ୍ରତିନିଧି ମନୋଜ ସାବତ, ଷ୍ଟିଫାନ ମାଝୀ , ସୁରୁଦା ପାଟମାଝୀ, ବାଲିଗୁଡା ଅଞ୍ଚଳର ଲୋକନାଥ ପାଢ଼ୀ , ବିଭିନ୍ନ ବ୍ଲକ ର ପଞ୍ଚାୟତ ପ୍ରତିନିଧି , ଜିସାୟ ମଣ୍ଡଳ , ଜହନ ବାରିକ, ନଳିନୀ ପ୍ରଧାନ, ରାନୁବାଲା ମହାନ୍ତି ,ବଙ୍ଗାଳି ବଡ଼ସେଠ , ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟମାଝୀ, ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ପ୍ରମୋଦ ସାହୁ ଉପସ୍ଥିତ ଥିଲେ l (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ) Categories: ଓଡ଼ିଶା, କନ୍ଧମାଳ, ରାଜନୀତି, ହୋମ୍ Related Content ବ୍ରହ୍ମପୁରର ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନ ଅବସରରେ ଦୁଇଟି ଫୋଟ ଚିତ୍ର ନରେନ୍ଦ୍ର ମୋଦୀ ଓଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ପ୍ରଦାନ by Proprietor Abhimanyu Maharana September 19, 2026 ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା : ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ୧୨ ଅଭିଯୁକ୍ତଙ୍କୁ ଆଜୀବନ ସଜା by Proprietor Abhimanyu Maharana September 19, 2026 ସେବା ସଂକଳ୍ପ ଅଭିଯାନ ନିମନ୍ତେ ଜଳ ସମ୍ପଦ ବିଭାଗର ୱାଲମି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana September 19, 2026 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ’ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ by Proprietor Abhimanyu Maharana September 19, 2026 ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026