ପଞ୍ଚ ଭୁତ ରେ ବିଲୀନ ହେଲେ ବସନ୍ତ ମଞ୍ଜରୀ ,ଅଞ୍ଚଳରେ ଶୋକ ର ଛାୟା

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ବାଙ୍କୀ  :- ବାଙ୍କୀ ଚର୍ଚ୍ଚିକା ସାହି ର ସ୍ବର୍ଗତ ଅବସରପ୍ରାପ୍ତ ବିଚାରପତି ଉପେନ୍ଦ୍ର ମିଶ୍ର ଙ୍କ ଧର୍ମପରାୟଣ ପତ୍ନୀ ବାସନ୍ତୀଦେବୀ ଙ୍କ ୯୩ ବର୍ଷ ବୟସରେ ଗତକାଲି ବିୟୋଗ ହୋଇଛି।ସେ ଜଣେ ଧର୍ମ ପରାୟଣ ଆଧ୍ୟାତ୍ମିକ ବାଦୀ ମହିଳା ଥିଲେ ।ଅଞ୍ଚଳରେ ସମସ୍ତେ ତାଙ୍କୁ ଠାରୁ ଭାଗବତ କଥା ଓ ନୀତିକାନ୍ତି ବୁଝିବାକୁ ଆସି ଥାନ୍ତି କାର୍ତ୍ତିକ ମାସ ରେ କାର୍ତ୍ତିକବ୍ରତ କରିବା ସହ ଆକାଶ ଦୀପ ପ୍ରତ୍ୟେକ ସନ୍ଧ୍ୟା ରେ ନିଜ ବାସଭବନରେ ଜାଳି ସଂସାର ଉନ୍ନତି ପାଇଁ ପ୍ରାର୍ଥନା କରିଥାନ୍ତି।ଏକ ସମ୍ଭାନ୍ତ ପରିବାର ର ଝିଅ ଓ ବୋହୁ ହୋଇ ମଧ୍ୟ ଅହମିକା ତାଙ୍କୁ ସ୍ପର୍ଶ କରି ପାରିନଥିଲା।ବାଙ୍କୀ ବ୍ଲକ ଲତାଗଡ଼ ରେ ଜନ୍ମିତ ବସନ୍ତ ମଞ୍ଜରୀ ପିଲା ବେଳୁ ମେଧାବୀ ବିଦ୍ୟାଥି ଥିଲେ ତୁଳସୀ ଦୁଇ ପତ୍ର ପରି ତାଙ୍କର ଜନ୍ମ ରେ ଗାଁ ରେ ଖୁସିର ବାତାବରଣ ଖେଳି ଯାଉଥିଲା ।

ପରବର୍ତ୍ତୀ ସମୟରେ ସେ ବାଙ୍କୀ ଚର୍ଚ୍ଚିକା ଗ୍ରାମର ଦାମଦରମିଶ୍ର ଯିଏ କି ତାଳଚେର ରାଜାଙ୍କ ଦେୱାନ ଥିଲେ ତାଙ୍କ ପୁତ୍ର ବିଚାରପତି ଉପେନ୍ଦ୍ର ମିଶ୍ର ଙ୍କୁ ବିବାହ କରିଥିଲେ।ଦାମୋଦର ଙ୍କ ଚାରି ପୁଅ ଥିଲେ ଡାକ୍ତର ମହେନ୍ଦ୍ର ମିଶ୍ର, ଡାକ୍ତର ଶରତ ଚନ୍ଦ୍ର ମିଶ୍ର ,ଉପେନ୍ଦ୍ର ଓ ସାନ ପୁତ୍ର ଡକ୍ଟର ଦେବେନ୍ଦ୍ର ମିଶ୍ର ସେମାନେ ଓଡ଼ିଶା ରେ ନିଜର ନାଁ ରଖି ଯାଇଛନ୍ତି।ଉପେନ୍ଦ୍ର ଙ୍କ ୪ପୁତ୍ର ୩ ଝିଅ  ବଡ଼ ପୁଅସୁବାସ ଚନ୍ଦ୍ର ମିଶ୍ର ତହସିଲଦାର ଥିଲେ ତାଙ୍କର ଦୀର୍ଘ ବର୍ଷ ହେବ ପରଲୋକରେ ହୋଇ ଯାଇଛିଓ ତାଙ୍କ ତଳପୁଅ ସୁରେଶ ଚନ୍ଦ୍ର ମିଶ୍ର ଜଳ ସମ୍ପଦ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ଥିଲେ ତାଙ୍କର ବିୟୋଗ କିଛି ବର୍ଷ ତଳେ ହୋଇଛି । ତୃତୀୟ ପୁତ୍ର ଉମେଶ ଚନ୍ଦ୍ର ମିଶ୍ର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସର ପ୍ରାପ୍ତ ଉଚ୍ଚ ଅଫିସର ଥିଲେ । ସାନ ପୁଅ ଡାକ୍ତର ସତୀଶ ଚନ୍ଦ୍ର ମିଶ୍ର ଅପୋଲ ହସ୍ପିଟାଲରେ କାର୍ଯ୍ୟ ରତ ଅଛନ୍ତି ଓ ତିନି ଝିଅଗାୟତ୍ରୀ ଗୁରୁ (ଲିଲି),ଡାକ୍ତର ରଶ୍ମି ମହାପାତ୍ର(ରିତା)ଓ ମିତୁ ।

ବସନ୍ତ ମଞ୍ଜରୀ ପୁତ୍ର ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର ଉମେଶ ମିଶ୍ର, ପୁତ୍ର ବୋହୁ ସୁମିତ୍ରା ମିଶ୍ର(ପିଣ୍ଟୁ) ନାତି ଭାନୁ ଙ୍କ ସହ ବାଙ୍କୀ ଚର୍ଚ୍ଚିକା ସାହି ବାସ ଭବନ ରେ ଶେଷ ଜୀବନ ଅତିବାହିତ କରିଥିଲେ।ବାର୍ଦ୍ଧକ୍ୟ ଜନିତ କାରଣ ରୁ ତାଙ୍କର ଗତ କାଲି ହଠାତ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ଝିଅ ମିତୁ,ରିତା,ପୁତ୍ର ବୋହୂ ପିଣ୍ଟୁ , କଳ୍ପନା ମିଶ୍ର,ସୁମିତ୍ରା ମିଶ୍ର (ଜୁଲି) , ନାତି ସଂଜୀତ ମିଶ୍ର (ଭାନୁ), ଆନନ୍ଦ ଗୁରୁ, ପୁତ୍ର ଉମେଶ ମିଶ୍ର (ବାବୁଲି) ସତୀଶ ମିଶ୍ର (ଟିକି) ଉପସ୍ଥିତ ଥିଲେ।ଅନ୍ତିମ ଦର୍ଶନ ନାତି ଆଶୁତୋଷ ମିଶ୍ର,ଗୁଟୁଲ, ସାନୁଜିତ ମିଶ୍ର,ନାତୁଣୀ ସୁଦୀପ୍ତାଦାସ (ଲୁସି,ଅଳକା ଆଚାର୍ଯ୍ୟ,ନାତୁଣୀ ଜୋଇଁ ବିଶ୍ୱରଞ୍ଜନ ଦାସ ଓ ତାଙ୍କର ଦୁଇ ପୁଅ ଜୋଇଁ ଗିରିଜା ଗୁରୁଉପସ୍ଥିତ ଥିଲେ।ପରିବାର ବର୍ଗ ଓ କୁଟୁମ୍ବ ରେ (ବିନୋଦିନୀ ମିଶ୍ର, ପ୍ରତିଭା ମିଶ୍ର, ପଦ୍ମା ମଞ୍ଜରୀ ମିଶ୍ର,ସୁରେଖା ମିଶ୍ର, ପ୍ରଭୁଦତ୍ତ ମିଶ୍ର, ଦେବଦତ୍ତ ମିଶ୍ର ,କମଳା କାନ୍ତ ମିଶ୍ର, ବରେନ୍ଦ୍ର ମୋହନ ମିଶ୍ର, ସମରେନ୍ଦ୍ର ମୋହନ ମିଶ୍ର, ଗୌତମ ମିଶ୍ର, ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଦେବାଶିଷ ମିଶ୍ର, ସୌମେନ୍ଦ୍ର ମିଶ୍ର, ଶୁଭେନ୍ଦୁ ମିଶ୍ର ,ବିରଞ୍ଚି ମିଶ୍ର, ମନ୍ମଥ ମିଶ୍ର, ନାରାୟଣ ବାହିନୀପତି, ସୁବାସ ମିଶ୍ର, ବସନ୍ତ ମିଶ୍ର, ପ୍ରଶାନ୍ତ ନନ୍ଦ, କ୍ରୀତନ,ଚୈତନ୍ୟ, ବିର ,ଡାକ୍ତର ଗଙ୍ଗାଧର ପରମ ଗୁରୁ ଅନ୍ତିମ ଦର୍ଶନ କରିଥିଲେ।ଚର୍ଚ୍ଚିକା ମଶାଣି ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।ପୁତ୍ର ଉମେଶ ମିଶ୍ର ମୁଖାଗ୍ନି ଦେଇଥିଲେ।ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଶୋକ ପ୍ରକାଶ କରି ବସନ୍ତ ମଞ୍ଜରୀ ଙ୍କ ଆତ୍ମା ର ମୁକ୍ତି କାମନା କରିଥିଲେ।

Exit mobile version