ଶିଶୁମାନଙ୍କୁ କୋଭିଡରୁ ରକ୍ଷାପାଇବା ପାଇଁ ଆଶାକର୍ମୀମାନଙ୍କୁ ପ୍ରଶିକ୍ଷଣ

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ବାଙ୍କୀ :-  ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁଙ୍କ ତତ୍ୱାବଧାନରେ କୋଭିଡ – ୧୯ର ତୃତୀୟ ଲହରରେ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ୧୧୭ଜଣ ଆଶାକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଡାକ୍ତର ରଞ୍ଜିତ ମହାନ୍ତି ଓ ସପୁର ଭାଇଜର ମାନଭଞ୍ଜନ ଦଳେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Exit mobile version