ରାଜ୍ୟ ପୂର୍ତ୍ତ ବିଭାଗ ସଚିବଙ୍କର ବୈଦ୍ୟେଶ୍ୱର-ଗୋପୀନାଥପୁର ସେତୁ ପରିଦର୍ଶନ  

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ବାଙ୍କୀ :- ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣ କୁମାର ବାଙ୍କୀ ବୈଦ୍ୟେଶ୍ୱର ଠାରୁ ନିର୍ମାଣ ହେଉଥିବା ବଡମ୍ବା ଗୋପୀନାଥପୁର ସେତୁର ପରିଦର୍ଶନ କରିବା ସହ ସେତୁର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣାକୁମାରଙ୍କୁ ଏହି ସେତୁ ନିର୍ମାଣ ହେବା ଦ୍ୱାରା କିପରି ଅଞ୍ଚଳର ବିକାଶ ହୋଇ ପାରିବ ଏବଂ ବାଙ୍କୀ ବଡମ୍ବା ମଧ୍ୟରେ ଦୂରତା ହ୍ରାସ ପାଇବା ଏହି ସେତୁର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅବଗତ କରାଇଥିଲେ ।

ସେତୁର ସଂଯୋଗୀକରଣ ରାସ୍ତା କାର୍ଯ୍ୟର ତ୍ୱରାନ୍ୱୀତ ସହ ସେତୁର ପାରିପାଶ୍ୱର ଉନ୍ନତି, ବୈଦ୍ୟେଶ୍ୱର ଠାରେ ପଥପ୍ରାନ୍ତ ନିର୍ମାଣ, ରାମନାଥ ,ବୈଦ୍ୟନାଥ ଓ ସିଂହନାଥ ପୀଠର ଉନ୍ନତି କରଣ ସଂପର୍କରେ ଆଲୋଚନା କରିବା ସହ ସିଂହନାଥ ପୀଠକୁ ସଂଲଗ୍ନ ହେଉଥିବା ଝୁଲା ପୋଲର ମଧ୍ୟ ପୂର୍ତ୍ତ ସଚିବ ସମୀକ୍ଷା କରିଥିଲେ ।

ଦୁଇ ମାସ ମଧ୍ୟରେ ଯେପରି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ ସେ ସଂପର୍କରେ ବିଭାଗୀୟ କର୍ମକର୍ତ୍ତା ସହ କ୍ରୀଷ୍ଣ କୁମାର ଆଲୋଚନା କରିଥିଲେ । ବୈଦ୍ୟେଶ୍ୱର ଓ ବଡମ୍ବା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପୂର୍ତ୍ତ ସଚିବ କ୍ରୀଷ୍ଣ କୁମାରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Exit mobile version