ଭୁବନେଶ୍ଵର ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ସାମ୍ବାଦିକ ସମ୍ମିଳନୀ 10.4.2020 ଶୁକ୍ରବାର : – ରାଜ୍ୟ ସରକାର କୋଭିଡ୍ -୧୯ ଭୂତାଣୁ ନମୁନା ପରୀକ୍ଷା କ୍ଷମତା ବଢ଼ାଇ ଚାଲିଛନ୍ତି । କେବଳ ଭୁବନେଶ୍ଵର କିମ୍ବା କଟକ ନୁହେଁ ରାଜ୍ୟର ଅନ୍ୟ ଅଂଚଳରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଉଦ୍ୟମ କରାଯାଉଛି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଆରଏମଆରସିରେ ଆଗାମୀ ଦିନରେ ୧୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯିବ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଆରଏମଆରସିକୁ ଅତ୍ୟାଧୁନିକ ମେସିନ ଆସିଛି । ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ଲାଗିଛନ୍ତି । ସେ କହିଲେ ମାର୍ଚ୍ଚ ୫ରେ ପ୍ରଥମେ ଆରଏମଆରସିରେ ୧୦୦ଟି ନମୁନା ପରୀକ୍ଷା କରାଯାଇଥିଲା । ମାର୍ଚ୍ଚ ୧୬ ବେଳକୁ ପରୀକ୍ଷା କ୍ଷମତା ୩୫୦ରେ ପହଞ୍ଚିଥିଲା । ଆଜି (ଏପ୍ରିଲ ୧୦ରେ) ୧୦୦୦ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରୁଛନ୍ତି । କେବଳ ଭୁବନେଶ୍ଵର କିମ୍ବା କଟକ ନୁହେଁ ରାଜ୍ୟର ଅନ୍ୟ ଅଂଚଳରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଉଦ୍ୟମ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଆଜି ଏହି ସୁବିଧା ଲାଗି ସବୁଜ ସଂକେତ ମିଳିଛି । ବ୍ରହ୍ମପୁରସ୍ଥିତ ଏମକେସିଜିରେ ପରୀକ୍ଷା ଲାଗି ଆଇସିଏମଆର୍ ଅନୁମତି ଦେଇଛି । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ୧୫ ତାରିଖରୁ ବୁର୍ଲାସ୍ଥିତ ଭିମସାରରେ ମଧ୍ୟ କରୋନା ପରୀକ୍ଷା ଆରମ୍ଭ ହୋଇଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ । ଶ୍ରୀ ସିଂହ କହିଲେ ଭୁବନେଶ୍ୱରସ୍ଥିତ ଏମ୍ସରେ ମାର୍ଚ୍ଚ ୨୪ରେ ପ୍ରଥମେ କରୋନା ପରୀକ୍ଷା କରାଯାଇଥିବା ବେଳେ କଟକ ଏସସିବିରେ ମାର୍ଚ୍ଚ ୩୧ରୁ ନମୁନା ପରୀକ୍ଷା କରାଯାଉଛି । ଏମ୍ସରେ ଦିନକୁ ୭୫ଟି ନମୁନା ପରୀକ୍ଷା କରାଯାଉଥିବା ବେଳେ ଏସସିବିରେ ୫୦ଟି ନମୁନା ପରୀକ୍ଷା ହୋଇପାରୁଛି । କରୋନା ଯୁଦ୍ଧରେ ବିଜୟୀ ହେବାପାଇଁ ରାଜ୍ୟ ସରକାର ତଥ୍ୟ ଆଧାରରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ସେ କହିଲେ ଭାରତରେ ୨୦୨୦ ଏପ୍ରିଲ ୯ ପର୍ଯ୍ୟନ୍ତ ୧ ଲକ୍ଷ ୪୪ ହଜାର ୯୧୦ଟି ନମୁନା ପରୀକ୍ଷା ହୋଇଛି । ସେଥିରୁ ପଜିଟିଭ ୬୪୧୨ ଚିହ୍ନଟ ହୋଇଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୩୨୪୯ ନମୁନା ପରୀକ୍ଷା ହୋଇଥିବା ବେଳେ ୪୮ଟି ପଜିଟିଭ ଚିହ୍ନଟ ହୋଇଛି । ଅର୍ଥାତ ଜାତୀୟ ସ୍ତରରେ ପଜିଟିଭ ହାର ୪.୪୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୧.୪୭ ପ୍ରତିଶତ ରହିଛି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସଂଜୟ ସିଂହ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା
by
Proprietor Abhimanyu Maharana
September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ
by
Proprietor Abhimanyu Maharana
September 11, 2026
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
by
Proprietor Abhimanyu Maharana
September 11, 2026
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ
by
Proprietor Abhimanyu Maharana
September 11, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026