ଓଡ଼ିଶା ଜୀବିକା ମିଶନର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ବାଙ୍କୀ:- ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସାମନ୍ତରାପୁର ଆଞ୍ଚଳିକ ମଞ୍ଚ ଦ୍ୱାରା ବୃକ୍ଷରୋପଣ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସାମନ୍ତରାପୁର ଆଞ୍ଚଳିକ ମଞ୍ଚ ପରିବେଶ  ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ଅଞ୍ଚଳରେ ବହୁ ପ୍ରଶଂସିତ ଅନୁଷ୍ଠାନ ର ସଭ୍ୟା ଙ୍କ ଉଦ୍ୟମ ରେ ସାମନ୍ତରାପୁର ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଉଛି ।

ଗତ ବର୍ଷ ଉକ୍ତ ଅନୁଷ୍ଠାନ ର ସଭ୍ୟା ମାନଙ୍କ ଦ୍ୱାରା ୧୦୦ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା  ସବୁଠାରୁ ଖୁସିର  କଥା ଉକ୍ତ ବୃକ୍ଷ କୁ ସେମାନେ  ଯତ୍ନ ର ସହ ସାର ଓ ବାଡ଼ ଦେଇ ବୃକ୍ଷ କୁ ବୃଦ୍ଧି କରିଥିଲେ ଉକ୍ତ ବୃକ୍ଷ ସବୁ ଆଜି ଗଛ ରେ ପରିଣତ ହୋଇଛି।ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉକ୍ତ ଅନୁଷ୍ଠାନ ବିଭିନ୍ନ ଯୋଜନାରେ ଅନୁଷ୍ଠାନ ର ମହିଳା ଙ୍କୁ ତାଲିମ ଦେଇ ରୋଜଗାର କ୍ଷମ କରିପାରିଛି ।

ଆଜିର କାର୍ଯ୍ୟକ୍ରମ ରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ସରପଞ୍ଚଦିନବନ୍ଧୁ ସାହୁ, ମହାସଂଘର ସଭାନେତ୍ରୀ ନିର୍ମଳା ଦାସ, ସଂପାଦିକା ଅନସୂୟା ସାହୁ, ଏମ୍‌.ବି.କେ ମମତା ପାଲ୍  ଉପସ୍ଥିତ ଥିଲେ । ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ଅକ୍ଷୟ କୁମାର ଭଟ୍ଟ ବୃକ୍ଷଟିଏ ଜୀବନଟିଏ ଆଲୋକପାତ କରିଥିଲେ ।ଅନୁଷ୍ଠାନ ର ମୁଖ୍ୟ  ଆଲୋକରଶ୍ମିସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଆଜି ବୃକ୍ଷ ରୋପଣ କରିଥିଲେ।

 

Exit mobile version