ବି.ଜେ.ପି ଗ୍ରାମୀଣ ମଣ୍ଡଳ ସ୍ତରୀୟ ବୈଠକ : ବୁଥ ସ୍ତରରେ ଦଳୀୟ ସଂଗଠନ ମଜଭୁତ କରିବା ନିଷ୍ପତ୍ତି

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର ) ପାଟଣାଗଡ଼ :- ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଗଣ୍ଡାମେଲ ଛକ ସ୍ଥିତ ହନୁମାନ ମନ୍ଦିର ପରିସରରେ ଡାଙ୍ଗବାହାଲ ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ବଲ୍ଲଭ ଧରୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ! ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ତରରେ କିଭଳି ଭାବରେ ଦଳୀୟ ସଂଗଠନ କୁ ମଜଭୁତ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତ ବୁଥ ସ୍ତରୀୟ କର୍ମୀ ଅଧିକ ସଂଖ୍ୟାରେ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।

ବୈଠକ ରେ ଏକ ରାଜନୈତିକ ଚିଠା ପ୍ରସ୍ତାବ ନେଇ ରାଜ୍ୟ ସରକାର ଙ୍କ ବିରୋଧ ଆଗତ କରାଯାଇଥିଲା । ବର୍ତ୍ତମାନ ୟୁରିଆ ସାରର କଲାବଜାରୀ ଓ ଚଢା ଦରରେ କିଣି ଥିବା ଯୋଗୁ ଚାଷୀ ମାନେ ଶୋଷଣ ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ପକ୍ଷରେ ବୀମା ରାଶି ର ହେଉଥିବା ଦୂର୍ନୀତି କୁ ବକ୍ତା ମାନେ ରାଜ୍ୟ ସରକାର ଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକ ରେ ଦାବି କରିବା ସହ ମତ ପୋଷଣ କରିଥିଲେ ।

ବିଶିଷ୍ଟ ବିଜେପି ନେତା ତଥା ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି କରମ ସିଂ ସରାଫ , ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଶାନ୍ତ ଦାସ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ , ଅବଦୁଲ ସିରାଜ୍ , ସଜିନ ସାହୁ , ଜୟନ୍ତ କୁମ୍ଭାର , ନାରୀ ନେତ୍ରୀ ସାବିତ୍ରୀ ନାଗ , ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ,ମିଲାପ ବିଶ୍ଵାଳ , ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ ସାଧାରଣ ସଂପାଦକ ମାଧବ ବାଗ ପ୍ରମୁଖ ଙ୍କ ସମେତ ବହୁ ଦଳୀୟ ସକ୍ରିୟ କର୍ମୀ ଅନ୍ୟ କର୍ମ କର୍ତ୍ତା ଓ ସମସ୍ତ ମୋର୍ଚ୍ଚା ର ସଦସ୍ୟମାନେ ଯୋଗଦାନ କରିଥିବା ବେଳେ ମିଳାପ ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ । (ଗୋରେଖନାଥ ବରିହା) 

Exit mobile version