ଭିଜନ୍ ଫୋର୍ ସ୍ପିରିଚୁଆଲ ଆଣ୍ଡ ସୋସିଆଲ ଆକ୍ସନ ତରଫରୁ ମାର୍ଲବା ଓ ଗୋଡା ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର )ରାୟଗଡ:-ଗଜପତି ଜିଲ୍ଲା ରାୟଗଡ ବ୍ଳକର ମାର୍ଲବା ଓ ଗୋଡା ଗ୍ରାମରେ ଗୁରୁବାର ଭିଜନ୍ ଫୋର୍ ସ୍ପିରିଚୁଆଲ ଆଣ୍ଡ ସୋସିଆଲ ଆକ୍ସନ ନାମକ ସ୍ବେତ୍ସାସେବି ସଙ୍ଗଠନ ତରଫରୁ ସମସ୍ତ ଜାତିର ୨୦୬ ପରିବାରକୁ ଚାଉଳ, ଚିନି, ଗୁଡ଼, ହଳଦୀ, ଲଙ୍କା, ସାବୁନ, ସର୍ଫ, ତେଲ, ପେଷ୍ଟ, ଅଟା, ସୁଜି, ଚୁଡା, ମାସ୍କ, ସାନିଟୈଜେର୍, ରୋଷେଇ ତେଲ ଇତ୍ୟାଦି ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ତେବେ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଭିଜନ ଫୋର୍ ସ୍ପିରିଚୁଆଲ ଆଣ୍ଡ

ସୋସିଆଲ ଆକ୍ସନ ର ପ୍ରତିଷ୍ଠାତା ଓ ନିର୍ଦ୍ଧେଶକ ଡ଼ଃ ବିନୟ କୁମାର ବର୍ଦ୍ଧନ, ବିଜେଡି ରାଜ୍ୟ ସଂଖ୍ୟ ଲଘୁ ସେଲର ସଧାରଣ ସଂପାଦକ ଡ଼ଃ ପଲବ୍ କୁମାର ଲିମା ଓ ମାର୍ଲବା ମଣ୍ଡଳୀର ପାଳକ ହେମନ୍ତ ସିଂ, କଟକ ବାପଟିସ୍ଟ ଚର୍ଚ୍ଚର ପାଳକ ନିହାର କୁମାର ବର୍ଦ୍ଧନ, ସେରଙ୍ଗ ମଣ୍ଡଲିର ପାଳକ ସବୁଲନ ପାଣିଙ୍କ ସମେତ ସ୍ଥାନୀୟ ମଣ୍ଡଳୀର ସମସ୍ତ ମୁଖ୍ୟ କର୍ମକତ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ମଧ୍ୟ ନିରୀହ ଗରିବ ସମସ୍ତ ଧର୍ମ ଓ ଜାତିର ନିଷ୍ପେସିତ ଲୋକମାନଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରାଯିବ ବୋଲି ସଙ୍ଗଠନର ନିର୍ଦେଶକ ଡ଼ଃ ବିନୟ କୁମାର ବର୍ଦ୍ଧନ କହିଛନ୍ତି।   (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version