ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ , ଇଟାମାଟି , ନୟାଗଡ଼ ତରଫରୁ ଶରଣକୁଳ ଠାରେ ଚାରା ବଣ୍ଟନ,ଜନସଚେତନତା ସହ ସହର ପରିକ୍ରମା

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର ) ନୟାଗଡ଼ :-  ବଂଶୀଧର ଇଣ୍ଟରନ୍ୟାଶନାଲ ଫାଉଣ୍ଡେସନ ର ସଭାପତି ମନୋଜ କୁମାର ସାହୁଙ୍କ ତତ୍ଵାବଧାନ ରେ ଶରଣକୁଳ ଠାରେ ଜନ ସଚେତନl କରିବା ସହ ସହର ପରିକ୍ରମା କରାଯାଇ ପ୍ରତେକ ପରିବାରକୁ ଚାରା ବଣ୍ଟନ କରାଯାଇଛି | ଏଥି ସହିତ ଗଛ ଲିଫ୍ଲେଟ ମାଧ୍ୟମ ରେ ଗଛର ମହତ୍ୱ ଉପରେ ଜନସଧାରଣ ଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହ ସହର ଏବଂ ଗ୍ରାମ ବୁଲି ସାରିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା | ଶତାଧିକ ଗଛ ପ୍ରେମିଙ୍କ ଗହଣରେ ସଭାପତି ବିମଳ କୁମାର ଦାସଙ୍କ ଦ୍ଵାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ସମାଜସେବୀ ବସନ୍ତ କୁମାର କର ସଭା ପରିଚାଳନା କରିଥିଲେ|ବଂଶୀଧର ଫାଉଣ୍ଡେସନର ସମ୍ପାଦକ ଉମେଶ ଚନ୍ଦ୍ର ପଟନାୟକ “ମୁଁ ଗଛ” କହୁଛି ଶିଷର୍କ ଉପରେ ନିଜର ମନ୍ତବ୍ୟ ମାଧ୍ୟମରେ କିଭଳି ଅମ୍ଳଜାନ ଅଭାବରୁ ଆମ୍ଭର ଜୀବନ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ତାହା ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ | ଅପର ପକ୍ଷେ କଂଗ୍ରେସ ଛାତ୍ରନେତା ଜ୍ୟୋତି ରଞ୍ଜନ ଦାସ,ଅକ୍ଷୟ ମଲ,

ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର,ପରାମନ୍ଦ ସ୍ୱାଇଁ,ପବ୍ଲିକ ରାଇଟ ଆସୋସିଏସନ ର ରାଜଲଷ୍ମୀ ସେନାପତି,ଦୀନବନ୍ଧୁ ସ୍ୱାଇଁ,କୈଳାସ ବାରିକ,ସନ୍ତୋଷ ମିଶ୍ର,ଗୋପାଳ କୃଷ୍ଣ ସାହୁ,ପମି ରାଉତ,ଭଗବାନ ସାହୁ,କୁମର ଚନ୍ଦ୍ର ସାହାଣ,ରୁଷି ପ୍ରଧାନ,ପ୍ରମୋଦ ସାହୁ, ବାବାଜୀ ମୁଦୁଲୁ,ବିଜୟ ନାୟକ,ଆଇନଜୀବି ମନୋଜ କୁମା ନାୟକ,ପ୍ରଦୀପ୍ତ କୁମାର ସାହୁ, ପ୍ରଫୁଲ କୁମାର ବେହେରା ସମାଜସେବୀ ଯୋଗ ଦେଇ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ | ସଭାର ମୁଖ୍ୟ ଆକର୍ଷଣ ବଂଶୀଧର ଇଣ୍ଟରନ୍ୟାସନ୍ୟାଲ ଫାଉଣ୍ଡେସନ ସଭାପତି ଶ୍ରୀ ସାହୁ ନିଜର ବକ୍ତବ୍ୟରେରେ ଆପଣମାନଙ୍କ ସହଯୋଗ ରେ ଗତ ତା୧୯.୭.୨0୨୧ ରିଖ ଠାରୁ ଓଡ଼ଗାଁ,ଗଣିଆ,ଦଶପଲ୍ଲା,ଖଣ୍ଡପଡ଼ା,ଶରଣକୁଳ,ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ସଫଳ ହୋଇଯାଇଛି,ଏହା ଆସନ୍ତା ଅଗଷ୍ଟ ଚାରି ତାରିଖ ୨0୨୧ ,ପର୍ଯ୍ୟନ୍ତ ଜାରି ରହିବ | ବ୍ଲକ ସ୍ତରୀୟ ଚଳିତ ବର୍ଷ ଦଶହଜାର ଚାରା ରୋପଣ କାର୍ଯ୍ୟକ୍ରମ ରହିଛି,ପରିଶେଷରେ ଆଇନଜୀବି ହାଇକୋର୍ଟ ପ୍ରମୋଦ କୁମାର ଦାମ୍ବଲ ଉପସ୍ଥିତ ଗଛ ପ୍ରେମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |  ( ରିପୋର୍ଟ – ରାମକୃଷ୍ଣ ରଥ )

Exit mobile version