ଓଡ଼ଗାଁ,କୁରାଳରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ – ସରପଞ୍ଚ ମୁରଲୀଧରଙ୍କ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ଓଡ଼ଗାଁ  :- କୁରାଳ, କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଗାଁ କଲ୍ୟାଣ ସମିତି ତରଫରୁ ଘରକୁ ଘର ବୁଲି ମାକ୍ସ ଓ ସାବୁନ ବାଣ୍ଟିବା ସହିତ ଲୋକଙ୍କୁ ସଚେତନତା କରାଯାଇଛି । ତାସହିତ ନିୟମିତ ହାତ ଧୋଇବା,ମାକ୍ସପିନ୍ଧିବା ପାଇଁ ଡ଼ାକବାଜି ଯନ୍ତ୍ରମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଥିଲା  

ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା,ଅଙ୍ଗନବାଡିକର୍ମୀ ବବିତା ମାଝୀ, ସରପଞ୍ଚ ମୁରଲୀଧର ପ୍ରଧାନ,ସମିତି ସଭ୍ୟ ଦିଲେଶ୍ବର ପାତ୍ର,ଗ୍ରାମ୍ୟ ସଭାପତି ବିରଞ୍ଚି ନାରାୟଣ ପାତ୍ର,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଯୁବକସଙ୍ଘର ସଭ୍ୟ ମାନେ ସହଯୋଗ କରିଥିବା ବେଳେ ସରପଞ୍ଚ ମୁରଲୀଧର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version