ନୂଆ ମହିନ୍ଦ୍ରା ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଦେଉଛି ଅଧିକ ମାଇଲେଜ୍ ଓ ପେ’ଲୋଡ୍‌ର ଗ୍ୟାରେଣ୍ଟି

x ବଲିଉଡ୍ ଅଭିନେତା ଅଜୟ ଦେବ୍‌ଗନ୍ ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ

x ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ର ମୂଲ୍ୟ ୫.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି

x ଗ୍ରାହକଙ୍କୁ ସର୍ଭିସ୍ ଗ୍ୟାରେ ଦିଆଯାଉଛି

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ଭୁବନେଶ୍ୱର :- ଭୁବନେଶ୍ୱର / ରାଉରକେଲା :- ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ନିକଟରେ ଉନ୍ମୋଚନ କରାଯାଇଥିବା ସୁପ୍ରୋ ପ୍ରଫିଟ୍ ଟ୍ରକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଘୋଷଣା କରାଯାଇଛି । ତାହା ହେଉଛି ଗେଟ୍ ମୋର୍ ପ୍ରଫିଟ୍ ଅର୍ ଗିଭ୍ ଦି ଟ୍ରକ୍ ବ୍ୟାକ୍ (ଅଧିକ ଲାଭ କରନ୍ତୁ ଅଥବା ଟ୍ରକ୍ ଫେରାଇ ଦିଅନ୍ତୁ) । ଅଧିକ ପେ’ଲୋଡ୍ ଓ ଅଧିକ ମାଇଲେଜ୍ ଯୋଗୁଁ ଏହି ଟ୍ରକ୍‌ରେ ୨୫-୩୬% ଅଧିକ ପରିଚାଳନା ଲାଭ ହାସଲ କରିବାର ସୁଯୋଗ ରହିଛି । ଏହି ଟ୍ରକ୍ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଲୋକପ୍ରିୟ ବଲିଉଡ୍ ନାୟକ ଅଜୟ ଦେବ୍‌ଗନ୍‌ଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତ କରାଯାଇଛି ଯିଏ ବ୍ରାଣ୍ଡ୍ ସହ ଯୋଡ଼ି ହୋଇ ଡିଜିଟାଲ୍ ଓ ପାରମ୍ପରିକ ମାଧ୍ୟମ ଜରିଆରେ ଏହାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବେ ।

ବିଜୟ ନାକ୍‌ରା, ସିଇଓ, ଅଟୋମୋଟିଭ୍ ଡିଭିଜନ୍‌, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ କହିଛନ୍ତି ଯେ, “ଆମର ମନ୍ତ୍ର ଯାହା ଏହି ପୋର୍ଟଫୋଲିଓରେ ଆମ ବ୍ୟବସାୟକୁ ସମୃଦ୍ଧ କରିଛି ତାହା ହେଉଛି ଗ୍ରାହକ ସମୃଦ୍ଧି । ସେହି ଅନୁସାରେ ସୁପ୍ରୋ ଏଭଳି ସ୍ଥାନରେ ରହିଛି ଯାହା ଅଧିକ ଲାଭ ପ୍ରଦାନ କରିବା କିମ୍ବା ଆମେ ସୁପ୍ରୋ ଟ୍ରକ୍‌କୁ ଫେରାଇ ନେବୁ, ତାହା ଆମ ଦର୍ଶନରେ ଅନ୍ତର୍ନିହିତ ହୋଇ ରହିଛି ଏବଂ ଏହା ପ୍ରଦାନ କରୁଥିବା ଗ୍ୟାରେଣ୍ଟି ଅଧିକ ମାଇଲେଜ୍ ଓ ଉତ୍କଷ୍ଟ ଲୋଡ୍ ବହନ କରିବାର କ୍ଷମତାରୁ ଏହା ଉଦୀୟମାନ ହୋଇଛି । ଏହି ବ୍ରାଣ୍ଡ୍‌ର ଚେହେରା ହେବା ପାଇଁ ଅଜୟ ଦେବ୍‌ଗନ୍‌ଙ୍କ ଠାରୁ ଆଉ କିଏ ଭଲ ଅଛନ୍ତି ଏବଂ ଏହି ଭିନ୍ନ ପ୍ରତିଶ୍ରୁତି ସହିତ ଏହି ଅଭିନେତା ଓ ମହିନ୍ଦ୍ରା ବ୍ରାଣ୍ଡ୍ ମଧ୍ୟରେ ରହିଥିବା ବ୍ୟକ୍ତିତ୍ୱର ସମାନତା ଦୃଢ଼ ଭାବେ ଗ୍ରାହକଙ୍କୁ ଯୋଡ଼ିବ ।’’

ଏହି ଘୋଷଣା ସମ୍ପର୍କରେ ଅମିତ ସାଗର, ବ୍ୟବସାୟ ମୁଖ୍ୟ-ଏସ୍‌ସିଭି, ଅଟୋମୋଟିଭ୍ ଡିଭିଜନ୍‌, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ କହିଛନ୍ତି ଯେ, “ଆମ ଏସ୍‌ସିଭି ବର୍ଗର ଡିଏନ୍‌ଏ ହେଉଛି ଏଭଳି ଉତ୍ପାଦ ଓ ସମାଧାନ ବିକଶିତ କରିବା ଯାହା ଆମ ଗ୍ରାହକମାନଙ୍କ ସ୍ୱପ୍ନ ପୂରଣ କରିବ । ଦୁଇ ଟନ୍‌ରୁ କମ୍ ବର୍ଗରେ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ହେଉଛି ମହିନ୍ଦ୍ରାର ଦୃଢ଼ ଉପସ୍ଥାପନା ଏବଂ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ମାକ୍ସି ୨-୩.୫ ଟନ୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଶ୍ରେଷ୍ଠ ମାନର ମାଇଲେଜ୍‌, ଉଚ୍ଚ ପେ’ଲୋଡ୍‌, ଅଧିକ ଶକ୍ତି ଏବଂ ସମ୍ପୂର୍ଣ୍ଣ ନୂଆ ଟ୍ରାନ୍ସମିସନ୍ ସହିତ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ବର୍ଗମାଳା ଏସ୍‌ସିଭି ୪ଡବ୍ଲୁ ଲୋଡ୍ ବର୍ଗରେ ଆମର ନେତୃତ୍ୱକୁ ଆହୁରି

Exit mobile version