ଜୁଲାଇ ୨୯ରେ ଖୋଲିବ ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ୍‌- ଏନ୍‌ଏଫ୍‌ଓର ପ୍ରଥମ ଆନ୍ତର୍ଜାତୀୟ ଫଣ୍ଡ୍‌

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ନୂଆଦିଲ୍ଲୀ :- ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ଆଜି ଏହାର ପ୍ରଥମ ଆନ୍ତର୍ଜାତୀୟ ଫଣ୍ଡ୍ ଆଇଡିଏଫ୍‌ସି ୟୁଏସ୍ ଇକ୍ୱିଟି ଫଣ୍ଡ୍ ଅଫ୍ ଫଣ୍ଡ୍‌ର ଲଂଚ୍‌ ଘୋଷଣା କରାଯାଇଛି, ଯହାକି ହେଉଛି ଓଭର୍‌ସିଜ୍ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍ (/ଏସ୍‌)ର ୟୁନିଟ୍‌/ସେୟାର କିମ୍ବା ୟୁଏସ୍ ଇକ୍ୱିଟି ସିକ୍ୟୁରିଟିଜ୍‌ରେ ନିବେଶ କରୁଥିବା ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (/ଏସ୍‌)ରେ ପୁଞ୍ଜି ବିନିଯୋଗ କରୁଥିବା ଫଣ୍ଡ୍ ସ୍କିମ୍‌ର ଏକ ଓପନ୍‌-ଏଣ୍ଡେଡ୍ ଫଣ୍ଡ୍ । ଏହା ଓଭର୍‌ସିଜ୍ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍ (/ଏସ୍‌)ର ୟୁନିଟ୍‌/ସେୟାର କିମ୍ବା ୟୁଏସ୍ ଇକ୍ୱିଟି ସିକ୍ୟୁରିଟିଜ୍‌ରେ ନିବେଶ କରୁଥିବା ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍ (/ଏସ୍‌)ରେ ପୁଞ୍ଜି ବିନିଯୋଗ କରି ଦୀର୍ଘାବଧି ପୁଞ୍ଜି ଲାଭ ଉପରେ ଗୁରୁତ୍ୱ ଦେଇଥାଏ । ନିବେଶକମାନଙ୍କୁ ୟୁଏସ୍ ଷ୍ଟକ୍‌ଗୁଡିକର ଏକ ଅଭିବୃଦ୍ଧିଶୀଳ ପୋର୍ଟଫୋଲିଓରେ ନିବେଶ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଏହି ଫଣ୍ଡ୍‌କୁ ଡିଜାଇନ୍ କରାଯାଇଛି,ଯାହାଫଳରେ ଏକ ସ୍ଥିର ଆମେରୀକୟ ବଜାରରେ ମଜଭୁତ ଢାଂଚାଗତ ସୁଯୋଗଗୁଡିକର ଲାଭ ମିଳିପାରିବ । ୨୦୦୦ରେ ଆରମ୍ଭ ହୋଇଥିବାଓ ଜୁନ୍‌ ୩୦,୨୦୨୧ ସୁଦ୍ଧା୧.୮ ବିଲିୟନ ଡଲାରର ଏୟୁଏମ୍ ଥିବା ଜେ.ପି ମୋର୍‌ଗାନ ୟୁଏସ୍‌ ଗ୍ରୋଥ୍ ଫଣ୍ଡ୍ ହେଉଛି ଏକ ଶକ୍ତିଶାଳୀ ନିବେଶ ଢାଂଚା, ଏକ ଦୃଢ ପୋର୍ଟଫୋଲିଓ ଟିମ୍ ଓ ଏକ ଉନ୍ନତ ଟ୍ରାକ୍ ରେକର୍ଡ ସହିତ ସକ୍ରିୟ ଭାବେ ପରିଚାଳିତ ଅନ୍ତର୍ନିହିତ ଫଣ୍ଡ୍ । ଏହି ନୂତନ ଫଣ୍ଡ୍ ଅଫର୍ ସବ୍‌ସ୍କ୍ରିପ୍‌ଶନ ପାଇଁ ଗୁରୁବାର ଜୁଲାଇ ୨୯ ତାରିଖ ୨୦୨୧ରୁ ଖୋଲା ରହିବ ଏବଂ ଗୁରୁବାର ଅଗଷ୍ଟ ୧୨ ତାରିଖ ୨୦୨୧ରେ ବନ୍ଦ ହେବ ।

ଏସମ୍ପର୍କରେ ଆଇଡିଏଫ୍‌ସି ଆସେଟ୍ ମ୍ୟାନେଜ୍‌ମେଂଟ୍ କମ୍ପାନୀ ଲିମିଟେଡ୍‌ (ଏଏମ୍‌ସି)ରସିଇଓ ବିଶାଲ କପୁର କହିଛନ୍ତି, “ଏକ ଆନ୍ତର୍ଜାତୀୟ ଫଣ୍ଡ୍‌କୁ ସାମିଲ କରିବା ଦ୍ୱାରା ତାହା ଜଣେ ନିବେଶକଙ୍କ ପୋର୍ଟଫୋଲିଓରେ ଏକ ଭୌଗୋଳିକ ବିବିଧତା ଆଣିବାରେ ସାହାଯ୍ୟ କରିଥାଏ । ତେବେ ଏକ ଆନ୍ତର୍ଜାତୀୟ ଫଣ୍ଡ ଚୟନ କରିବା ପୂର୍ବରୁ ଜଣେ ନିବେଶକଙ୍କୁ ଫଣ୍ଡ୍‌ଟି ସମ୍ପୂର୍ଣ୍ଣ କି ନୁହେଁ ଯାଂଚ କରିବା ଉଚିତ । ଆଇଡିଏଫ୍‌ସି ୟୁଏସ୍ ଇକ୍ୱିଟି ଫଣ୍ଡ୍ ଅଫ୍ ଫଣ୍ଡରେ ଭାରତୀୟ ଇକ୍ୱିଟିଗୁଡିକ ସହିତ କମ୍ ସମ୍ବନ୍ଧ ଥିବାରୁ ଏହା ନିବେଶକଙ୍କ ପୋର୍ଟଫୋଲିଓକୁ ଅଧିକ ଲାଭ ପ୍ରଦାନ କରିଥାଏ, ଏହା ନିବେଶକଙ୍କୁ ୟୁଏସ୍‌ ଇକ୍ୱିଟିଗୁଡିକରେ ନିବେଶ କରିବାର ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ଲୋବାଲ ରେଭେନ୍ୟୁ ପୁଲ୍‌ରେ ଅଂଶଗ୍ରହଣ କରିବାର ଶକ୍ତିଶାଳୀ ସୁଯୋଗ ଦେଇଥାଏ । ଆମେରିକୀୟ ବଜାର ବିଭିନ୍ନ ସେକ୍ଟରରେ ନୂତନ ପିଢିର ଉଦ୍ଭାବନ କ୍ଷେତ୍ରରେ ଆଗଧାଡିରେ ରହିଛି ଏବଂ ନିବେଶକମାନେ ଉକ୍ତ ଅନନ୍ୟ ବ୍ୟବସାଗୁଡିକରୁ ଲାଭାନ୍ୱିତ ହୋଇପାରିବେ । ଉଚ୍ଚତମ ୟୁଏସ୍‌ ଇକ୍ୱିଟି ବଜାର ପ୍ରଦର୍ଶନ ଉନ୍ନତ ଆୟ ଅଭିବୃଦ୍ଧିର କାରଣ ହୋଇପାରେ ଯାହାକି ଏହାକୁ କମ୍ ବିପଦ ସହିତ ଅଧିକ ରିଟର୍ଣ୍ଣ ପାଇବା ପାଇଁ ଏକ ଉପଯୁକ୍ତ ଗନ୍ତବ୍ୟସ୍ତଳୀରେ ପରିଣତ କରୁଛି । ଆଇଡିଏଫ୍‌ସି ୟୁଏସ୍ ଇକ୍ୱିଟି ଫଣ୍ଡ୍ ଅଫ୍ ଫଣ୍ଡ୍ ଅଭିବୃଦ୍ଧିଶୀଳ ଅନ୍ତର୍ନିହିତ ପାଣ୍ଠିରୁ ମୂଲ୍ୟ ପ୍ରସ୍ତାବକୁ ଆଣିପାରେ କାରଣ ଏହା ୟୁଏସ୍ ଇକ୍ୱିଟି ବଜାର ପାଇଁ ଏକ ବ୍ୟାପକ ଏକ୍ସପୋଜର ପ୍ରଦାନ କରୁଛି ଏବଂ ସକ୍ରିୟତାର ସହ ଦକ୍ଷ ଫଣ୍ଡ୍‌ ମ୍ୟାନେଜରଙ୍କ ଏକ ଟିମ୍ ଦ୍ୱାରା ପରିଚାଳିତ ହେଉଛି । ଏହି ଅନ୍ତର୍ନିହିତ ଫଣ୍ଡ୍‌ ପୋର୍ଟଫୋଲିଓରେ ୟୁଏସ୍ ବାହାରେ ଥିବା ଦେଶଗୁଡିକ ଦ୍ୱାରା ଯୋଗଦାନ ଦିଆଯାଇଥିବା ଅନ୍ତର୍ନିହିତ ଷ୍ଟକ୍‌ଗୁଡିକର ୪୦% ରାଜସ୍ୱ ସହିତ ୬୦-୯୦ ମୌଳିକ ଭାବେ ମଜଭୁତ ଷ୍ଟକ୍ ସାମିଲ ରହିଛି ।

Exit mobile version