ଶଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ଢେଙ୍କାନାଳ :- ଶଶୁର ଘରେ ଜ୍ୱାଇଁ ରଶି ଲଗାଇ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଗୋଡିସାହି ଅଂଚଳରେ। ସୂଚନା ମୁତାବକ,ଗତ ତିନିଦିନ ତଳେ ଜଙ୍ଖିରା ଗ୍ରାମର ବଳିଆ ନାଏକ (୨୧ ବର୍ଷ)ନିଜ ସ୍ତ୍ରୀ ଫୁଲ ନାଏକ ସହିତ ଶଶୁର ଘର ତରଭା ଗ୍ରାମକୁ ଆସି ରହିଥିଲେ। ଶଶୁର ଘରେ ଥିବା ବେଳେ କୌଣସି କାରଣରୁ ପାରିବାରିକ କଳହ ଲାଗିଥିଲା।

ତେବେ ଆଜି ସକାଳେ ଶଶୁର ଘରେ ଜ୍ୱାଇଁ ର ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି ପରିବାର ଲୋକେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏହା ପାରିବାରିକ କଳହରୁ ଆତ୍ମହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। (ରିପୋର୍ଟ – ଅମର ରଞ୍ଜନ ଦାସ )

Exit mobile version