ବଡଖେମୁଣ୍ଡି ବାଉରୀ ଖଦାଳ ସମାଜର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ବାଉରୀ ଖଦାଳ ସମାଜ ସମନ୍ୱୟ ସମିତି ଆନୁକୂଲ୍ୟରେ ରବିବାର ହିଞ୍ଜିଳିବ୍ଳକ ମକରଝୋଳ ପଞ୍ଚାୟତ ଅଧିନ ବଳରାମପୁର ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବଡ଼ଖେମୁଣ୍ଡି ବାଉରୀ ଖଦାଳ ତାଲୁକାର ସଭାପତି ବିଜୟ ଦାସଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଜିଲ୍ଲା ସମନ୍ୱୟ ସମିତିର ମୁଖ୍ୟ ପ୍ରଭାକର ଦାସ,ଭିକାରୀ ଦାସ ଓ ଉପଦେଷ୍ଟା କବି ଦାସ ପ୍ରମୁଖ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ।

ଆଗାମୀ ଭବିଷ୍ୟତରେ ଜିଲ୍ଲାର ବାଉରୀ ଖଦାଳ ସମାଜର ବ୍ୟକ୍ତି ଵିଶେଷଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ଆର୍ଥିକ ଉନ୍ନତି ସହ ଅନ୍ୟାନ୍ୟ କ୍ଷେତ୍ରରେ ଯେପରି ସଫଳତା ହାସଲ କରି ପାରିବେ ସେ ସମ୍ପର୍କରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଆଲୋଚନା ଓ ଆଶା ପ୍ରକଟ କରିଥିଲେ । ପରେ ଦୀର୍ଘଦିନ ଧରି ଖାଲି ପଡିଥିବା ବଡ଼ଖଣ୍ଡି ବାଉରୀ ଖଦାଳ ତାଲୁକାର ବିଭିନ୍ନ ପଦବୀ ପୂରଣ ପାଇଁ ଆଲୋଚନା ମାଧ୍ୟମରେ କର୍ମକର୍ତ୍ତା ଚୟନ କରାଯାଇ ଥିଲା । ସର୍ବସମ୍ମତି କ୍ରମେ ବିଜୟ କୁମାର ଦାସ (ସଭାପତି) , କାଳୁ ଚରଣ ଦାସ (ସାଧାରଣ ସମ୍ପାଦକ) , ନିଳାଞ୍ଚଳ ଦାସ (ଉପସଭାପତି) ଓ ସୀମାଞ୍ଚଳ ଦାସ(ସହ ସମ୍ପାଦକ) ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ବଡ଼ ଖେମୁଣ୍ଡି ତାଲୁକାର ବହୁ ସଦସ୍ୟ ଉପସ୍ଥିତ ରହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version