ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ଜୁଲାଇ ୨୭, ୨୦୨୧ ବି.କେ.ଏନ୍ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯନି ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତି୍ରପାଠୀଙ୍କ ଦ୍ୱାରା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବି.କେ.ଏନ୍ ଦୁଗ୍ଧ ସଂଘର ପ୍ରଶାସକ ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲ୍ଲାକୁ ନେଇ ଏହି ଦୁଗ୍ଧ ସଂଘ ବି.କେ.ଏନ୍ ଗଠନ କରାଯାଇଛି ଏବଂ ଏହାର ମୁଖ୍ୟାଳୟ ବଲାଙ୍ଗୀରଠାରେ ରହିଛି ।
ଉଦ୍ଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍ ଦୁଗ୍ଧ ସଂଘର ଞ୍ଜଫଞ୍ଚଟ୍ଟ;ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କ ସାମାଜିକ ଉତ୍ଥାନ ସମ୍ବନ୍ଧୀୟ କର୍ମଶାଳାି୩୯; ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏହି ଅବସରରେ ୩ ଜଣ ପ୍ରାଣୀଚିକିତ୍ସକ ଡା. ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପି୍ରୟଦର୍ଶିନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ଏବଂ ଜଣେ ଦୁଗ୍ଧଚାଷୀ ଶ୍ରୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ବି.କେ.ଏନ୍ ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଡ୍ଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ତା’ଛଡ଼ା ଦୁଗ୍ଧ ସଂଘର ଦ୍ୱିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଦୁଗ୍ଧ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଗକୁ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହି ଦୂରଭାଷ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇନ୍ଫୋଟେକ୍ ସଂସ୍ଥା ସହାୟତାରେ କରାଯାଇଛି ।
