ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ଶୁଭାରମ୍ଭ କଲେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର) ଭୁବନେଶ୍ୱର :- ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍‌ ତି୍ରପାଠୀ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଜି ଟିଟିଲାଗଡ଼ ଉପଖଣ୍ଡରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭଉଦ୍‌ଘାଟନ କରିଛନ୍ତି । ଟିଟିଲାଗଡ଼ଠାରେ ଆଧୁନିକ ଶ୍ମଶାନ ‘ମୁକ୍ତିଧାମ’, ଡିଏଭି ମହାବିଦ୍ୟାଳୟଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବସର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ‘ମୁକ୍ତିଧାମ’ ପରିସରରେ ସେ ବୃକ୍ଷରୋପଣ କରି ଏହାର ଯନି ପାଇଁ ସ୍ଥାନୀୟ ଲୋକ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଟିଟିଲାଗଡ଼ ସହରରେ ଫ୍ଲାଏଓଭର ନେଇ ସ୍ଥାନୀୟ ଲୋକେ ଯିବାଆସିବାରେ ସମସ୍ୟା ରହିଥିବା ଯୋଗୁଁ ସେଠାରେ ଏକ ଅଣ୍ଡରପାସ୍‌ ନିମନ୍ତେ ସେ ପ୍ରସ୍ତାବ ରହିଥିବା ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ସହିତ ସହରର ଆବଶ୍ୟକତାକୁ ନଜରରେ ରଖି ଆଗାମୀ ଦିନରେ ଏକ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ଓ ଅଡିଟୋରିୟମ୍‌ ନିର୍ମାଣର ପରିକଳ୍ପନା କରାଯାଇଥିବା ଏବଂ ସ୍ଥାନୀୟ ବାଳକ ଉଚ୍ଚବିଦ୍ୟାଳୟର ଉନ୍ନୟନ ନିମନ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୯୦ ଲକ୍ଷ ଟଙ୍କା ମଂଜୁର କରିଥିବା ସେ ପ୍ରକାଶ କରିଥିଲେ ।

ସେ ସଇଁତଳା ବ୍ଲକ୍‌ ଅନ୍ତର୍ଗତ କରମତାଲାଠାରେ ଏକ ୩୩/୧୧ କେଭିର ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରୀଡ଼ ସବ୍‌ଷ୍ଟେସନ୍‌ ସ୍ଥାପନ ଯୋଗୁଁ ଦୀର୍ଘଦିନ ଧରି ରହିଆସୁଥିବା ଲୋ-ଭୋଲଟେଜ୍‌ ସମସ୍ୟା ଦୂର ହେବା ସହ ଏହି ଅଞ୍ଚଳର ୭ ହଜାର ଉପଭୋକ୍ତା ଉନ୍ନତ ବିଦୁ୍ୟତ ସେବା ପାଇପାରିବେ ଏବଂ ଏହା କମରତାଲା ସମେତ କୁମ୍ଭାରୀ, ତଲବାହାଲ, ଗଣ୍ଡା ପତ୍ରାପାଲି, କୁଇକେଡ଼ା ଓ ଧରପଗଡ଼ ପରି ୬ଟି ଗ୍ରାମପଞ୍ଚାୟତକୁ ବିଦୁ୍ୟତ ଯୋଗାଇପାରିବ ।

ଏହି ଗ୍ରୀଡ଼ ଯୋଗୁଁ ନୂତନ ଶିଳ୍ପାୟନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇଛି । ଏଥିରୁ ପାଟମରା, ତଲବାହାଲ ଓ ଫପ୍‌ସି ପରି ତିନୋଟି ୧୧ କେଭି ଫିଡରକୁ ଅତିରିକ୍ତ ଭାବେ ବିଦୁ୍ୟତଯୋଗାଣ ସମ୍ଭବ ହେବ । ଏହିପରି ଟ୍ରିକାପଡ଼ାଠାରେ ନିର୍ମାଣାଧୀନ ଫିଡର ଗ୍ରୀଡ଼ କାର୍ଯ୍ୟାରମ୍ଭ କଲେ ଅତିରିକ୍ତ ୩ ହଜାର ଉପଭୋକ୍ତା ବିଦୁ୍ୟତ ସେବା ପାଇପାରିବେ ଏବଂ ଉନ୍ନତମାନର ବିଦୁ୍ୟତ ଯୋଗାଇ ଦିଆଯାଇପାରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପରେ ଶ୍ରୀ ତି୍ରପାଠୀ ବଲାଙ୍ଗୀରଠାରେ ନିର୍ମାଣାଧୀନ ଥିବା ନୂତନ ବସ୍‌-ଟର୍ମିନାଲ ବୁଲି ଦେଖିଥିଲେ ।

Exit mobile version