ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ବାଇକ ସହ ଜଣେ ଗିରଫ : କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ବାଲିଗୁଡା ପୋଲିସ ତରଫରୁ ଥାନା ଡିଏସପି ସ୍ବରାଜ ଦେବତା ଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓଆର- ୦୨-ବିଏକ୍ସ- ୮୭୭୩ ଯାଞ୍ଚ କରିବା ସମୟରେ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ବେଆଇନ ଗଞ୍ଜେଇ ବାହାରିଥିଲା ।

ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ଦିଗାଲ(୩୫)ତାଙ୍କ ଘର କ.ନୂଆଗାଁ ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ ୧୨୪/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଡିଏସପି ଶ୍ରୀ ଦେବତା ସୂଚନା ଦେଇଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ) 

 

Exit mobile version