ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲେମ୍ବାପଙ୍କାଗ୍ରାମରେ – ଟ୍ରାକ୍ଟର ଓଲଟି ଚାଳକରମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମଳାସପଦର ପଞ୍ଚାୟତର ଲେମ୍ବାପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ବିଲରେ ଚାଷ କରିବା ସମୟରେ ହଠାତ୍ ଟ୍ରାକ୍ଟର ଓଲଟି ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭାରଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳକୁ ଯାଇ ଶବଟିକୁ ଉଦ୍ଧାର କରି l

ବ୍ରହ୍ମପୁର ବଡ ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯlଇଥିଲା ସୂଚନା ମିଳିଛି ସୁକାନ୍ତ ଦଣ୍ଡ ସେନାଙ୍କ ଡ୍ରାଇଭର ହେଉଛନ୍ତି ଲେଙ୍କପାଙ୍କା ଗ୍ରାମର ରଞ୍ଜନ ନାୟକ (୨୮) ବର୍ଷଙ୍କ ମୃତ୍ୟୁ ହୋଇଛି l ଦୁର୍ଘଟଣା ଘଟିଥିବା ଟ୍ରାକ୍ଟର ଗାଡ଼ି ନମ୍ବର– OD07C4288 ଜଣାପଡିଛି l

Exit mobile version