ଦରଦାମ ବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ; ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାରପାରଳାଖେମୁଣ୍ଡି :- ଦେଶରେ ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ମୂଲ୍ଯବୃଦ୍ଦିର ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳକଂ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିକୁଂ ଏକ ସ୍ମାରକପତ୍ର ଦିଆଯାବା ସହ ଜିଲ୍ଲାପାଳକଂ କାଯ୍ଯାଳୟ ଘେରାଓ କରାଯାଇଛି । କରୋନା ଭଳି ମହାମାରୀ ବେଳେ ଭାରତ ଭଳି ଏକ ଜନମଂଗଳ ରାଷ୍ଟ୍ରରେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ନିଜର ଦାୟୀତ୍ବକୁ ସମ୍ପୂଣ୍ନ ଭାବେ ଭୁଲିଯାଇଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ନେତୃତ୍ବାଧିନ ୟୁପିଏ ସରକାର ସମୟରେ ତୈଳଜାତ ପଦାର୍ଥର ମୂଲ୍ଯରେ ଆନ୍ତର୍ଜାତୀୟ ବଜାର ଆଧାରରେ ପଇସାଟିଏ ବୃଦ୍ଦି ପାଇଲେ ଉଭୟ ବିଜେଡି-ବିଜେପି ତୁମ୍ବିତୋଫାନ କରୁଥିବା ବେଳେ ଏବେ ଚୁପ କାହିଁକି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ଯନାରାୟଣ ପାତ୍ର ପ୍ରଶ୍ନ କରିଛନ୍ତି।ଯେତେ ଦିନ ପଯ୍ଯନ୍ତ ସରକାର ସାଧାରଣ ଲୋକ ମାନଂକ ସ୍ବାର୍ଥ ପ୍ରତି ଆଖି ବୁଜି ବର୍ଦ୍ଦିତ ତୈଳଦର ପ୍ରତ୍ଯାହାର କରି ନାହାଁନ୍ତି ସେ ପଯ୍ଯନ୍ତ ଯୁବ କଂଗ୍ରେସ ଚୁପ ବସିବ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବ୍ଲକ ଓ ପଚାଂୟତ ସ୍ତରରେ ବି ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି।

ମଂଗଳବାର ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମ ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି ଚନ୍ଦ୍ରଶେଖର ନାଇଡୁକଂ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।  ପ୍ରବଳ ବର୍ଷା ସତ୍ତ୍ବେ ଜିଲ୍ଲାର ସବୁ ବ୍ଲକରୁ ଯୁବ କଂଗ୍ରେସ କର୍ମି ମାନେ ବେଶ ଉତ୍ସାହର ସହ କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଗଂକୁ ଏହା କାର୍ଯ୍ଯକ୍ରମରେ ଦେଖିବାକୁ ମିଳି ନଥିଲା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ଯନାରାୟଣ ପାତ୍ରଂକ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ରାଜା ପାତ୍ର,ବିବେକାନ୍ଦ ଶବର,ପ୍ରବିଣ ଲିମା,ମୁନ୍ନା ମହାରଣା,ଅବସେଲମ ରଇତ,ଦେବାଶିଷ ମଲ୍ଲିକ,ସୁଶିଳ ମାଝୀ,ଅବଦୁଲ ଆଜିମ,ସୁମିତ ମିଶାଲ,ମୋହନ କୁମାର ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ  ।

Exit mobile version