ବରିଷ୍ଠ ଆଇନଜୀବୀ ତଥା କମ୍ୟୁନିଷ୍ଟ ର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗରେ ଆଇନଜୀବୀ ତଥା ସମାଜସେବୀ ସୁରେଶ ଚନ୍ଦ୍ର ମିଶ୍ର ଙ୍କ ଶୋକ

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ରଣପୁର :- ବରିଷ୍ଠ ଆଇନଜୀବୀ ତଥା କମ୍ୟୁନିଷ୍ଟ ର ତୁଙ୍ଗନେତା , ରଣପୁର ବ୍ଲକ ର ପୂର୍ବତନ ଚେୟାମ୍ୟାନ ଆଜି ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଥିସହିତ ରଣପୁର ର ବରିଷ୍ଠ ନେତୃ ବୃନ୍ଦ  ମର୍ମାହତ ହୋଇ ପଡିଛନ୍ତି । ରଣପୁର ବାରରେ ସେ ଦୀର୍ଘଦିନ ଧରି ଓକିଲାତି କରିଥିଲେ । ଜଣେ ବରିଷ୍ଠ ସିପିଏମ ନେତା ଭାବେ ସେ ପରିଚିତ । ୧୯୭୧ ମସିହାରେ ସେ ରଣପୁର ପଚାଂୟତ ସମିତି ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ଏପରିକି ସେ ସିପିଏମ ତରଫୁରୁ ସେ ଅନେକ ଥର ବିଧାୟକ ପାର୍ଥୀ  ଭାବେ ପ୍ରତିଦ୍ୱନ୍ଦୀତା କରିଥିଲେ । ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ପୁର୍ଣ୍ଣଚନ୍ଦ୍ର ପିଲା ବେଳୁ ରାଜନୀତି ପ୍ରତି ରୁଚି ରଖିଥିବା ବେଳେ ସମାଜ ସେବାରେ ନିଜ ଜୀବନକୁ ଅତିବାହିତ କରିଥିଲେ । ସେ କେବଳ ରାଜନୀତି ରେପ୍ରତିଷ୍ଠିତ ହୋଇ ନଥିଲେ ସଂସ୍କୃତି , ସାହିତ୍ୟ ଏବଂ ସମାଜ କ୍ଷେତ୍ରରେ  ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । ରଣପୁର ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ସୁରେଶ ଚନ୍ଦ୍ର ମିଶ୍ର ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Exit mobile version