କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସହ ସାକ୍ଷାତ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ବରଗଡ଼ :- ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ  । ଚ୍ୟାମ୍ବର୍ସ କାର୍ଯ୍ୟାଳୟ ଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା କରିଥିଲେ ।

ସେଥିମଧ୍ୟରୁ ଇ- ମାର୍କେଟ, ଏମ୍ ଏସ ଏମ ଇ, ଜେମ ପୋର୍ଟାଲ ର ଉପଯୋଗୀତା ଏବଂ ଉପଭୋକ୍ତା ଙ୍କୁ ଲାଭ ସମ୍ପର୍କରେ ଆଲୋଚନା ହୋଇଥିଲା  । ସରକାର ନୀତି ର କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଚ୍ୟାମ୍ବର୍ସ ଅଫ କମର୍ସ ର ସଭାପତି ଦିଲ୍ଲିପ ସାଉଡିଆ, ସମ୍ପାଦକ ସୁଶାନ୍ତ ତ୍ରିପାଠୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version