ବରଗଡ଼ ମହିଳା ସମିତି ପକ୍ଷରୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ବରଗଡ଼ :- ସର୍ବ ପୁରାତନ ବରଗଡ଼ ମହିଳା ସମିତି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଏକ ଦାବି ପତ୍ର ବରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ସମିତି ର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ର ଙ୍କ ନେତୃତ୍ବରେ ସଭ୍ୟା ମାନେ ଉକ୍ତ ଦାବି ସମ୍ପର୍କରେ ଇଓଙ୍କୁ ଅବଗତ କରାଇଥିଲେ । ବିଶେଷ କରି ସମିତି ର କାର୍ଯ୍ୟାଳୟ ଅତିବ ପୁରାତନ ହୋଇଯାଥିବାରୁ ଜରାଜୀର୍ଣ୍ଣ ଅବସ୍ଥା ଆସିଲାଣି ।

ଫଳରେ ଏହାର ତୁରନ୍ତ ମରାମତି କରାଗଲେ ଭଲ ହୁଅନ୍ତା ବୋଲି କହିଥିଲେ । ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ନିଜେ ଯାଇ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ମରାମତି ପଦକ୍ଷେପ ନେବା କୁ ପ୍ରତିଶୃତି ଦେଇଥିଲେ । ସମିତି ର ସମ୍ପାଦିକା ହରଜିନ୍ଦର କୈ।ର, ଶୁଧା°ସୁ ବାଳା ଦାଶ,ବନଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version