ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍‌ ଲିମିଟେଡ୍‌ର ମୋଟ୍ ଆୟରେ ୫୦% ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ଭୁବନେଶ୍ୱର :- ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିିମିଟେଡ୍ ପକ୍ଷରୁ ୨୦୨୧ ଜୁନ୍‌ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ମୋଟ୍ ଆୟ ବର୍ଷକୁ ବର୍ଷ ଭିତ୍ତିରେ ୫୦% ବୃଦ୍ଧି ପାଇ ୨୬୮.୧ କୋଟି ଟଙ୍କା ହୋଇଛି । ଟିକସ ପରବର୍ତୀ ଲାଭ ୬୬% ବୃଦ୍ଧି ପାଇ ୬୮.୮ କୋଟି ଟଙ୍କା ହୋଇଥିବା ବେଳେ ପରିଚାଳନା ଅଧୀନ ସଂପତ୍ତି ୮୮% ବୃଦ୍ଧି ପାଇ ୫୫,୧୪୧ କୋଟି ଟଙ୍କାରେ ପହଞ୍ଚିଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ ଆର୍ ଭେଙ୍କଟରମଣ, ପରିଚାଳନା ନିର୍ଦ୍ଦେଶକ, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଊନ୍ନତ ସେବା ପ୍ରଦାନ କରିବା ଲାଗି ଆମେ ପ୍ରଯୁକ୍ତିରେ ନିବେଶ ଜାରି ରଖିଛୁ । ରିଟେଲ୍ ବ୍ରୋକିଂରେ ଭଲ ଉତ୍ସାହ ରହିଛି । ଆମର କ୍ଲାଏଣ୍ଟ ମାନଙ୍କୁ ଟ୍ରେଡିଂ ଓ ସାମଗ୍ରିକ ନିବେଶ ଅନୁଭୂତି ଉପରେ ସେବା ପ୍ରଦାନ କରିବା ଲାଗି ଆମେ ବିଭିନ୍ନ ଫିନ୍‌ଟେକ୍ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିଛୁ ।’’ ସାରା ଭାରତରେ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍‌ର ୨୫୦୦ରୁ ଅଧିକ ଟଚ୍‌ପଏଌକ୍ଷଗ୍ଧ;୍‌ ରହିଛି । ଆଲୋଚ୍ୟ ତ୍ରୟମାସରେ ଦୈନିକ ହାରାହାରି ବଜାର କାରବାର ୨୦୭% ବୃଦ୍ଧି ପାଇ ୫୨, ୭୯୧ କୋଟି ଟଙ୍କା ରହିଥିଲା ।

ଏହି ସମୟରେ ମୋଟ ବ୍ରୋକିଂ ରାଜସ୍ୱ ୧୨୯.୨ କୋଟି ଟଙ୍କା ରହିଛି । ଆଇଆଇଏଫ୍‌ଏଲ୍‌ ର ସଂସ୍ଥାଗତ ବ୍ରୋକିଂ କ୍ଷେତ୍ରରେ ୭୪୦ ଘରୋଇ ଓ ବିଦେଶୀ କ୍ଲାଏଣ୍ଟ ରହିଛନ୍ତି । ଏହା ୨୦ରୁ ଅଧିକ କ୍ଷେତ୍ରର ୨୪୦ରୁ ଅଧିକ ଷ୍ଟକ୍ ଉପରେ ଗବେଷଣା ରିପୋର୍ଟ ପ୍ରଦାନ କରୁଛି ଯାହା ଭାରତୀୟ ବଜାର ପୁଞ୍ଜିର ପ୍ରାୟ ୮୦% ସହ ସମାନ । ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍ ପକ୍ଷରୁ ମ୍ୟୁଚୁଆଲ୍ ଫଣ୍ଡ୍‌, ବୀମା, ଆଇପିଓ, ବଣ୍ଡ୍‌, ଏଆଇଏଫ୍ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ପ୍ରଦାନ କରାଯାଉଛି । ଏହାର ଏଫ୍‌ପିଡି ଏୟୁଏମ୍ ୧୩,୧୫୨ କୋଟି ଟଙ୍କା ରହିଥିବା ବେଳେ ବୀମାର ୨୯.୩ କୋଟି ଟଙ୍କା, ମ୍ୟୁଚୁଆଲ୍ ଫଣ୍ଡ୍‌ର ୫୭୨୦ କୋଟି ଟଙ୍କା ଏବଂ ଏସଆଇପି ଏୟୁଏମ୍ ୧୧୬୩ କୋଟି ଟଙ୍କା ରହିଛି । ଆଇଆଇଏଫ୍‌ଏଲ୍‌ର ନିବେଶ ବ୍ୟାଙ୍କିଙ୍ଗ ଶାଖା ଆଇପିଓ, କ୍ୟୁଆଇପି ଓ ପ୍ରାଇଭେଟ୍‌ ଇକ୍ୱିଟିରେ ୧୦ଟି ଡିଲ୍ ଶେଷ କରିଛି । ମାକ୍ରୋଟେକ୍ ଡେଭେଲପର, ଶ୍ୟାମ ମେଟାଲିକ୍ସ, କିମସ୍ ହସ୍ପିଟାଲ୍ ଓ ବାର୍‌ବେକ୍ୟୁ ନେସନ ହସ୍ପିଟାଲିଟିର ଆଇପିଓକୁ ଏହା ୧ ପରିଚାଳନା କରିଛି । ଆହୁରି ଅନେକ ଡିଲ୍ କାର୍ଯ୍ୟକାରୀ ହେବାର ବିଭିନ୍ନ ପ୍ରକ୍ରିୟାରେ ରହିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି ।

Exit mobile version