ପୁରୁଣା ପାଚେରୀ ରେ ସ୍ମାର୍ଟ ପୋଖରୀ ପାଚେରୀ ନିର୍ମାଣ କେତେଦୂର ଯଥାର୍ଥ ଦାବି କଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ :-  ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମରେ ଥିବା ଗୋଟିଏ ପୋଖରୀକୁ ଏନ୍‌.ଏ.ସି କର୍ତ୍ତୁପକ୍ଷ ସ୍ମାର୍ଟ ପୋଖରୀର ମାନ୍ୟତା ପ୍ରଦାନ କରି ଏହାର ଉନ୍ନତି ନିମନ୍ତେ ବାଙ୍କୀ ଏନ୍‌.ଏ.ସି ପକ୍ଷରୁ ପୋଖରୀର ସୁରକ୍ଷା , ପ୍ରାତଃ ଭ୍ରମଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଅଟକଳ କରିଥିଲେ। ଏହି ପୋଖରୀ ଚାରିପଟେ ପାଚେରୀ ନିର୍ମାଣ କାର୍ଯ୍ୟ ଓ ଲୋକେ ପ୍ରାତଃ ଭ୍ରମଣ ରେ ଚାଲିବା ପାଇଁ ରାସ୍ତା ନିର୍ମାଣ ହେଉଥିଲା।ମାତ୍ର ଦୁର୍ଭାଗ୍ୟ ର ବିଷୟ ଉକ୍ତ ପୋଖରୀ ର ଚତୃ ପାଶ୍ୱ ରେ ଥିବା ବହୁ ବର୍ଷ ର ପୁରୁଣା ପାଚେରୀ ଉପରେ ରେ ସ୍ମାର୍ଟ ପୋଖରୀ ପାଚେରୀ ନିର୍ମାଣ ହେଉଥିବା କେତେଦୂର ଯଥାର୍ଥ ବୋଲି ଆଜି ବାଙ୍କୀ ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ବାଙ୍କୀ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷ ଙ୍କୁ ପଚାରିବା ସହ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ପ୍ରଶ୍ନ ପଚାରିଛନ୍ତି। ଠିକାଦାର ଉକ୍ତ ପୁରୁଣା ସିମେଣ୍ଟ ଢ଼ଳେଇ ପାଚେରୀ ଉପରେ ନୂତନ ପାଚେରୀ ନିର୍ମାଣ କରିଥିଲେ ।

ମାତ୍ର ନିର୍ମାଣ ର ୭ଦିନ ପରେ ଉକ୍ତ ପ୍ରାତଃ ଭ୍ରମଣ ପାଇଁ ରାସ୍ତା ନିର୍ମାଣ ପାଇଁ ବାଲି ବୋଝେଇ କରିବା ସମୟ ରେ ପାଚେରୀଟି ଗତ କାଲି ଭୁଶୁଡି ପଡିଛି ଉକ୍ତ ପୁରୁଣା ପାଚେରୀ ର ମୂଳ ମଜଭୁତ ନଥିବାରୁ ତାହା ଉପରେ ନୂତନ ପାଚେରୀ ନିର୍ମାଣ ହୋଇଥିଲା ବାଲି ବୋଝେଇ ପରେ ଉକ୍ତ ପାଚେରୀ ଭାର ସମ୍ଭଲି ନପାରି ଭୁଶୁଡ଼ିଲା ବୋଲି ବିଜେପି ର କର୍ମକର୍ତ୍ତା ଆଜି ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରି ଥିଲେ ବୋଲି ବିଜେପିର ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏନଏସି ଓ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳ ଓ ପ୍ରଶାସନ ମିଳିତ ହୋଇ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ସ୍ମାର୍ଟ ପୋଖରୀ ଓ ସ୍ମାର୍ଟ ମଶାଣି ପ୍ରକଳ୍ପ କରିବା ପାଇଁ ଆଗେଇ ଆସିଛନ୍ତି।

ସ୍ମାର୍ଟ ମଶାଣି କଥା ନକହିଲେ ଭଲ ଉଦ୍ୟାନ ବିଭାଗ ପାଖରେ ଥିବା ମଶାଣି ଅରମା ବଣ ରେ ପରିଣତ ହୋଇଛି ସେଠାରେ ପାଣି ମୁନ୍ଦେ ମିଳିବା ବି ମୁସ୍କିଲ ବାଙ୍କୀ ସହର ରାଜ୍ୟ ସରକାର ଙ୍କ ସ୍ମାର୍ଟ ସହର ମାନ୍ୟତା ପାଇଥିଲେ ମଧ୍ୟ ତାହାର ବାସ୍ତବ ଚିତ୍ର ଅଲଗା ଏନଏସି ସାରା କୁଢ଼ କୁଢ଼ ଅଳିଆ ନାଳ ରେ ଅଳିଆ ଜମା ହୋଇ ପାଣି ନିଷ୍କାସନ ପାଇଁ ବାଟ ନାହିଁ ମୁଖ୍ୟ ନିଷ୍କାସନ ନାଳ ସବୁ ବନ୍ଦ ହୋଇ ବିଭିନ୍ନ ଘର ହୋଇଛି ତ କେଉଁଠି ଜାଗା ପ୍ଳାଟିଂ ହୋଉଛି ବର୍ଷା ହେଲେ ସହର ବୁଡୁଛି।ସରକାର ଏପରି ସ୍ଥିତିରେ କିପରି ସ୍ମାର୍ଟ ସହର ଘୋଷଣା କରିଛନ୍ତି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ।ସ୍ମାର୍ଟ ମଶାଣି , ସ୍ମାର୍ଟ ପୋଖରୀ ଓ ସ୍ମାର୍ଟ ସହର ନାଁ ବ୍ୟାପକ ଦୁର୍ନୀତି କରି ରାଜନୈତିକ ବଡ଼ ପଣ୍ଡା ଓ ଦଲୀୟ କର୍ମୀ ଙ୍କୁ ସନ୍ତୋଷ କରିବା ସହ ଆଗକୁ ଥିବା ନିର୍ବାଚନ ବୈତରଣୀ ପାର ପାଇଁ ପ୍ରୟାସ କରୁଛନ୍ତି ବୋଲି ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।

Exit mobile version