ଗୋଟିଏ ମିନିଟରେ ୩୪୮ଥର ମୁଥମାରି ସତ୍ୟପୀରଙ୍କ ଗିନିଜ ରେକର୍ଡ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ରବିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ଯୁବକ ସତ୍ୟପୀର ପଧାନ ଏଥର ୩୪୮ ଥର ମୁଷ୍ଟି ପ୍ରଘାତ କରି ଗିନିଜ ବୁକ୍ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି । ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ପାଭେଲ ରୁଷୋଭଙ୍କର ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗି ଭାରତର ନାଁରେ ପ୍ରସିଦ୍ଧି ଆଣିଥିବା ଶ୍ରୀ ପଧାନ ପୂର୍ବର ଗିନିଜ ରେକର୍ଡ ଭାଙ୍ଗିବା ପାଇଁ ଆବେଦନ କରିଥିଲେ । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଟିଏ ମିନିଟ ମଧ୍ୟରେ ଦୁଇ ହାତରେ ସର୍ବାଧିକ ୩୪୮ ଥର ମୁଥମାରି ନୂତନ ରେକର୍ଡର ଅଧିକାରୀ ହୋଇପାରିଥିଲେ ।

କଳାହାଣ୍ଡି ଜିଲ୍ଲା ଦେପୁର ଗ୍ରାମର ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନଙ୍କ ସୁପୁତ୍ର ସତ୍ୟପୀର ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ଥିବା ବେଳେ ଭୈ।ତିକ ଚିକିତ୍ସା ବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ମଧ୍ୟ ହାସଲ କରିଥିବା ଜଣାଯାଏ । ପୂର୍ବରୁ ୨୦୧୭ ଓ ୨୦୧୮ ମସିହାରେ ଦୁଇଟି ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ସତ୍ୟପୀରଙ୍କ ଏହା ତୃତୀୟ ରେକର୍ଡ ଅଟେ। ଏହି ସଫଳତା ହାସଲ ପରେ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version