ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ସଠିକ ମାର୍ଗରେ ହେଉନାହିଁ ଅଭିଯୋଗ ; ଇଣ୍ଟରନେସନାଲ ହ୍ୟୁମାନ ରାଇଟସ କାଉନସିଲ ତରଫରୁ ଏସଡିପିଓଙ୍କୁ  ସ୍ମାରକ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦରମହକୁମାର ପାରଳାଖେମୁଣ୍ଡି ଠାରେ ଚଳିତ ୧୨ ତାରିଖରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ ସଠିକ ମାର୍ଗରେ ହେଉନାହିଁ। ଇଣ୍ଟର ନେସନାଲ ହ୍ୟୁମାନ୍ ରାଇଟ୍ସ କାଉନସିଲ ଗଜପତି ଜିଲ୍ଲା ଶାଖା ଅଭିଯୋଗ କରିଛି । ସ୍ଥାନୀୟ ବଡବ୍ରାହ୍ମଣ ସାହି ସ୍ଥିତ ଜିଲ୍ଲା କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଆଲୋକ କୁମାର ବୋଷ ଓ ଜିଲ୍ଲା ସମ୍ପାଦକ ପ୍ରନୋଜ କୁମାର ପଟନାୟକ ଅଭିଯୋଗ କରିଛନ୍ତି ।

ଇଣ୍ଟର ନେସନାଲ ହ୍ୟୁମାନ୍ ରାଇଟ୍ସ କାଉନସିଲ ତରଫରୁ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ସନ୍ଦେହଜନକ ଅଟେ କେଉଁ କାରଣରୁ ସନ୍ଦେହ ସୃଷ୍ଟି ହେଉଛି ତାର ୧୦ରୁ ଉର୍ଦ୍ଧ କାରଣ ସମ୍ବଳିତ ଏକ ଦାବୀପତ୍ର ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତିଙ୍କୁ ପ୍ରଦାନ କରାଯାଇଥିଲା  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version