ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିରେ ଯୋଗ ଦେଲେ ସୁଦର୍ଶନ ପଟ୍ଟନାୟକ ; କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଲାଗି ବାଲୁକା କଳା ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର ) ଭୁବନେଶ୍ୱର :- ଶୁକ୍ରବାର ଠାରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଏମ୍‌ପିଏଲ୍ ସ୍ପୋର୍ଟସ୍ ଫାଉଣ୍ଡେସନ୍‌ର ଅଭିଯାନ ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିର ଅଂଶ ଭାବେ ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଲାଗି ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଛନ୍ତି । ବିବିଧ ବିଷୟ ଉପରେ ବାଲୁକା ସ୍ଥାପତ୍ୟ ତିଆରି କରୁଥିବା ଏହି ପୁରସ୍କାର ବିଜେତା ଶିଳ୍ପୀ ଆଜି ଏକ ବାଲୁକା କଳାକୁ ଉନ୍ମୋଚନ କରିଛନ୍ତି ଯାହା ଅଲିମ୍ପିକ୍ ଗୌରବ ହାସଲ କରିବା ଲାଗି ଯାଇଥିବା ଆମ କ୍ରୀଡ଼ାବିତମାନଙ୍କ ପ୍ରଶଂସକ ହେବାକୁ ସମସ୍ତଙ୍କୁ ଉତ୍ସାହିତ କରିବ । ପୁରୀ ସମୁଦ୍ର କୂଳରେ ସ୍ଥାପନ କରାଯାଇଥିବା ଏହି ବାଲୁକା କଳାରେ ଅଲିମ୍ପିକ୍‌ର ବିଭିନ୍ନ ଶୃଙ୍ଖଳା ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଚିୟର୍ ଫର୍ ଇଣ୍ଡିଆ ଲେଖା ରହିଛି ।

 

ଭାରତୀୟ ଅଲିମ୍ପିକ୍ ଫ୍ୟାନ୍ ଆର୍ମିରେ କୋଲକାତା ନାଇଟ୍ ରାଇଡସ୍‌ର୍, ଏଫ୍‌ସି ଗୋଆ, ଗୋକୂଳମ୍ କେରଳ ଏଫ୍‌ସି, ଅଲ୍‌ଟିମେଟ୍ ଟେବୁଲ୍‌ ଟେନିସ୍‌, ରିଅଲ୍ କାଶ୍ମୀର ଏଫ୍‌ସି, ସିଲଙ୍ଗ୍ ଲାଜୋଙ୍ଗ୍ ଏଫ୍‌ସି ଓ କ୍ରିକେଟ୍‌ ଫୌଜ ଭଳି ଶ୍ରେଷ୍ଠ କ୍ରୀଡ଼ା ଟିମ୍ ସମେତ ୩୧ ନିୟୁତରୁ ଅଧିକ ଫ୍ୟାନ୍‌ ସୃଷ୍ଟି ହୋଇଛନ୍ତି । ଆମର ବୃହତ୍ ଦେଶ ଅଲିମ୍ପିକ୍ ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏହି ଅଭିଯାନ ଜରିଆରେ ସମସ୍ତ ୧୩୦ କୋଟି ଲୋକଙ୍କୁ ଅଲିମ୍ପିକ୍‌ କ୍ରୀଡ଼ାବିତଙ୍କ ଫ୍ୟାନ୍‌ରେ ପରିଣତ କରିବାର ଯୋଜନା ରହିଛି । ଯଦିଓ କୋଭିଡ୍ କଟକଣା ଲାଗି କ୍ରୀଡ଼ାପ୍ରେମୀମାନେ ଦୂରରେ ରହି ଖେଳାଳୀଙ୍କୁ ଉତ୍ସାହିତ କରୁଛନ୍ତି, ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯାହା କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବ ।

Exit mobile version