ଯୁବକ ସଂଘ ଉଦଘାଟନ କରିବା ସହ ବୃକ୍ଷ ରୋପଣ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଧିନରେ ଥିବା ପାରା ଢିପି ଗ୍ରାମରେ ରଘୁନାଥ ଜୀଉ ଯୁବକ ସଂଘ ଉଦଘାଟନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଯୁବକ ସଂଘ ଗୃହ ଉଦଘାଟନ କରିବା ସହ ବୃକ୍ଷ ରୋପଣ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ,

ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍,ବିଜେଡ଼ି ସଭାପତି ସନାତନ ସାମଲ, ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ସ୍ଥାନୀୟ ସମିତି ସଭ୍ୟା ମମତା ନାୟକ,ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ଅମୂଲ୍ୟ ସାହୁ,ପଞ୍ଚାୟତ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ରାଉତ, ନାଏବ ସରପଞ୍ଚ ଭଗବାନ ସାହୁ,ପଞ୍ଚାୟତ ଯୁବ ସଂଗଠକ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବ୍ ର ସଭାପତି ନବକିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version