କଳାହାଣ୍ଡି ଜିଲ୍ଲାର ଜଳ ସମସ୍ୟା କୁ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ – ମନ୍ତ୍ରୀ ପ୍ରତାପ ଜେନା 

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ଭୁବନେଶ୍ୱ ରରିପୋର୍ଟ /ଅଭିମନ୍ୟୁ ମହାରଣା :–  କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖା ଦେଉଛି । ଯାହା ପାଇଁ ଖରା ଦିନରେ ସ୍ଥାନୀୟ ଅଞ୍ଚଳରେ ଏବଂ ନିର୍ବାଚନ ମଣ୍ଡଳୀର ଲୋକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜଳ ସମସ୍ୟା କୁ ଆଖି ଆଗରେ ରଖି ଜଳ ଯୋଗାଣ ର ସୁବିଧା କରିବା ପାଇଁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପାନୀୟ ଜଳର ଉତ୍କଟ ସମସ୍ୟା କୁ ନେଇ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଦୃଷ୍ଟି ଗୋଚର କରାଇଲେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ , ନର୍ଲା ବିଧାୟକ ଭୁପେନ୍ଦ୍ର ସିଂ , ବିଧାୟକ ପ୍ରଦୀପ ତିବାରି । ଏହି ବୈଠକରେ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କ ସମେତ କଳାହାଣ୍ଡି ଜିଲ୍ଲା ବିଧାୟକବୃନ୍ଦ ଏବଂ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ଥିଲେ ।

ତେବେ ପାନୀୟ ଜଳର ଅଭାବ ଅନଟନ କୁ ଦୂର କରିବା ପାଇଁ ଅଞ୍ଚଳ ଗୁଡିକରେ ପାନୀୟ ଜଳର ସୁବିଧା କରିବା ସହ ଗ୍ରାମ ଗୁଡିକୁ ଜଳ ଯୋଗାଣ ନିମନ୍ତେ ଟ୍ୟାଙ୍କର ବ୍ୟବସ୍ଥା କରାଇବା ପାଇଁ ଜଳଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କ ଦୃଷ୍ଟି ଗୋଚର କାରାଇଛନ୍ତି ।

କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଜନ ଗହଳି ଅଞ୍ଚଳ ଗୁଡିକରେ ପାନୀୟଜଳ ର ବ୍ୟବସ୍ଥା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଜଣାଇଛନ୍ତି । ତେବେ ଏହି ଜଳ ଯୋଗାଣ ପ୍ରକଳ୍ପ ପାଇଁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ତିବାରି , ପୂର୍ବତନ ମନ୍ତ୍ରୀ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମୀକ୍ଷା କରିବା ସହ ମନ୍ତ୍ରୀ ଙ୍କ ସହ ବିଶେଷ ଆଲୋଚନା କରିଥିଲେ ।

Exit mobile version